ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପଦ୍ମ ଆୱାର୍ଡ ଘୋଷଣା: ପଦ୍ମଶ୍ରୀ ପାଇବେ ୨ ଗୋପୀନାଥ ସ୍ୱାଇଁ ଓ ଭାଗବତ ପ୍ରଧାନ

ନୂଆଦିଲ୍ଲୀ, ୨୫/୦୧: ଘୋଷଣା ହୋଇଛି ପଦ୍ମ ପୁରସ୍କାର । ୨୦୨୪ ବର୍ଷ ଲାଗି ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ । ଓଡ଼ିଶାର ୨ ଜଣଙ୍କୁ ମିଳିବ ଏହି ସମ୍ମାନ । ଭଜନ ଗାୟକ ଗୋପୀନାଥ ସ୍ୱାଇଁ ଏବଂ ଲୋକ ନୃତ୍ୟ ପାଇଁ ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର ।

ଗଞ୍ଜାମର ଗୋପୀନାଥ ସ୍ୱାଇଁ ଦୀର୍ଘ ୯ ଦଶନ୍ଧି ଧରି କୃଷ୍ଣ ଲୀଳା ଭଜନ ଗାଇ ଆସୁଛନ୍ତି । ପରମ୍ପରାକୁ ପ୍ରୋତ୍ସାହନ ଯୋଗାଉ ଥିବାରୁ ଗୋପୀନାଥଙ୍କୁ ମିଳିବ ପଦ୍ମଶ୍ରୀ । ଗୋପୀନାଥ ୫ଟି ପୁରୁଣା ରାଗ ଗାଇବା ଅନ୍ୟମାନଙ୍କୁ ଶିକ୍ଷା ଦେଇଛନ୍ତି । ଗାଁରେ ପାରମ୍ପରିକ ଆଖଡ଼ା ପ୍ରତିଷ୍ଠା କରିଥିଲେ । ବୟସାଧିକ ସତ୍ତ୍ୱେ ଗୋପୀନାଥ ଦକ୍ଷିଣ ଓଡ଼ିଶାରେ କୃଷ୍ଣ ଲୀଳା ଉପରେ ଶିକ୍ଷା ଦାନ କରି ଆସୁଛନ୍ତି । ସେ ୫ ବର୍ଷ ବୟସରୁ କୃଷ୍ଣ ଲୀଳା ଯାତ୍ରା ଆରମ୍ଭ କରିଥିଲେ । ଏବେ ଗୋପୀନାଥଙ୍କ ବୟସ ୧୦୫ ବର୍ଷ ।

ସେହିଭଳି ଶବ୍ଦ ନୃତ୍ୟ (ଲୋକ ନୃତ୍ୟ) ପାଇଁ ବରଗଡ଼ର ୮୫ ବର୍ଷୀୟ ଭାଗବତ ପ୍ରଧାନ ପାଇବେ ପଦ୍ମଶ୍ରୀ । ସେ ବିଭିନ୍ନ ମନ୍ଦିରରେ ଲୋକ ନୃତ୍ୟ କରି ଗୌରବ ଆଣିଛନ୍ତି । ଭାଗବତ ୫ ଦଶନ୍ଧି ଧରି ମହାଦେବ ନୃତ୍ୟ କରି ଆସୁଛନ୍ତି । ଶବ୍ଦ ନୃତ୍ୟକୁ ବଞ୍ଚାଇ ରଖିବା ଲାଗି ଭାଗବତ ୬୦୦ରୁ ଅଧିକ ଜଣଙ୍କୁ ଶିକ୍ଷା ଦେଇଛନ୍ତି । ୧୯୬୦ ମସିହାରେ ଭାଗବତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ଆର୍ଥିକ ଦୁଃସ୍ଥିତି ଆସିଥିଲେ ବି ସେ ଭାଙ୍ଗି ନ ପଡ଼ି ଶବ୍ଦ ନୃତ୍ୟକୁ ଗୁରୁତ୍ୱ ଦେଇ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.