ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୧୪ ଦେଶ ଉପରେ ଟ୍ରମ୍ପଙ୍କ ଟାରିଫ୍ ବୋମା; ଭାରତ ସହ ଡିଲ୍‌କୁ ନେଇ ଦେଲେ ଖୁସିଖବର

Published By : Ankita S | July 8, 2025 9:50 AM

ନୂଆଦିଲ୍ଲୀ,୦୮/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୧୪ ଦେଶ ଉପରେ ଟାରିଫ ଘୋଷଣା କରିଛନ୍ତି । ନିଷ୍ପତ୍ତି ବାବଦରେ ୧୪ଦେଶକୁ ଚିଠି ଲେଖିଛନ୍ତି ଟ୍ରମ୍ପ । ଅଗଷ୍ଟ ପହିଲାରୁ ଲାଗୁ ହେବ ଏହି ଟିକସ୍‌ । ଏହା ଦ୍ୱାରା ଦେଶ ଗୁଡ଼ିକ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଛି । 

ଜୁଲାଇ ୯ ମଧ୍ୟରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ନ କଲେ ପାଲଟା ଟିକସ ଲାଗିବ ବୋଲି ଚେତାବନୀ ଦେଇଥିଲେ ଟ୍ରମ୍ପ । ମାତ୍ର ଏହା ମଧ୍ୟରେ ଦେଶ ଗୁଡ଼ିକ କୌଣସି ଡିଲ୍‌ ନେଇ ଅଗ୍ରସର ହୋଇ ନ ଥିଲେ । ଏବେ ଦେଶ ଗୁଡ଼ିକୁ ପୁଣି ଥରେ ଚାପ ପକାଇଛନ୍ତି ଟ୍ରମ୍ପ । ଜାପାନ, ସାଉଥ୍ କୋରିଆ, ମାଲେସିଆ, କାଜକିସ୍ତାନ ସମେତ ଟ୍ୟୁନିସିଆ ଉପରେ ୨୫% ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଅଗଷ୍ଟ ସୁଦ୍ଧା ଚୁକ୍ତି ନ କଲେ ଜାପାନ୍‌ ଓ କୋରିଆ ୨ ଦେଶ ଉପରେ ଏଭଳି ଟାରିଫ୍‌ ଲାଗିବ ବୋଲି କହିଛନ୍ତି ଟ୍ରମ୍ପ । ମିଆଁମାର ଓ ଲାଓସ ଉପରେ ସର୍ବାଧିକ ୪୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା ହୋଇଛି । 

ଭାରତ ସହ ଡିଲ୍‌କୁ ନେଇ ଦେଲେ ଖୁସିଖବର- ୧୪ ଦେଶ ଉପରେ ଟ୍ରମ୍ପ ଟାରିଫ୍ ଘୋଷଣା ଭିତରେ ଭାରତ ପାଇଁ ଖୁସି ଖବର ରହିଛି । ବାଣିଜ୍ୟ ଚୁକ୍ତି ନେଇ ଭାରତ ଏବଂ ଆମେରିକାର ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି । ଭାରତକୁ ମିଳିଥିବା ୯୦ ଦିନିଆ ଆଶ୍ୱସ୍ତିର ସୀମା ଜୁଲାଇ ୯ ରହିଛି । ଜୁଲାଇ ୯ ଆଗରୁ ଯଦି ଉଭୟ ଦେଶ ମଧ୍ୟରେ କୌଣସି ବାଣିଜ୍ୟିକ ଡିଲ୍‌ ନହୁଏ ଭାରତ ଉପରେ ଲାଗିବ ୨୬% ଟିକସ । ଏବେ ୧୦% ଟାରିଫ ଲାଗୁ ହେଉଥିବା ବେଳେ ପୁଣି ୧୬% ଟିକସ ଲାଗିବ । ଭାରତ ସହ ଡିଲ୍‌ କରିବୁ ଏହାର ଖୁବ୍ ନିକଟତର ହେଉଛୁ ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଉପରେ ଟ୍ରମ୍ପ କିଭଳି ଆଭିମୁଖ୍ୟ ଦେଖାଉଛନ୍ତି ସେ ଉପରେ ଏବେ ବଜାରର ନଜର ରହିଛି ।

କେଉଁ ଦେଶ ଉପରେ କେତେ ଶୁଳ୍କ:

ଜାପାନ-୨୫%

ସାଉଥ କୋରିଆ-୨୫%

ମିଆଁମାର-୪୦%

ଲାଓସ-୪୦%

ଦକ୍ଷିଣ ଆଫ୍ରିକା-୩୦%

କାଜକିସ୍ତାନ-୨୫%

ମଲେସିୟା-୨୫%

ଟ୍ୟୁନିସିଆ-୨୫%

ଇଣ୍ଡୋନେସିଆ-୩୨%

ବୋସନିୟା-୩୦%

ବାଂଲାଦେଶ -୩୫%

ସର୍ବିଆ-୩୫%

କମ୍ବୋଡିଆ-୩୬%

ଥାଇଲାଣ୍ଡ- ୩୬%


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.