ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆମେରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗୋଟିଏ ପରିବାରର ୪ ମୃତ

Published By : Anindita Ratha | July 8, 2025 8:08 AM

ନୂଆଦିଲ୍ଲୀ,୦୮/୦୭: ଆମେରିକାର ଆଟଲାଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିନି ଟ୍ରକ୍ ସହ ଧକ୍କ ହୋଇ ଜଳିଗଲା କାର୍ । ଏହି ଛାତିଥରା ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଫଳରେ ଗୋଟିଏ ପରିବାରର ୪ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେବେ ମୃତକମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ମୃତ ତେଜସ୍ୱିନୀ ଏବଂ ଶ୍ରୀଯୁକ୍ତ ଭେଙ୍କଟ ଓ ସେମାନଙ୍କର ଦୁଇ ପିଲା ଡାଲାସରୁ ଛୁଟି ସମୟରେ ଆଟଲାଣ୍ଟାରେ ଥିବା ସମ୍ପର୍କୀୟଙ୍କୁ ଭେଟିବାରୁ ଯାଇଥିଲେ। ଗୋଟିଏ ସପ୍ତାହ ପରେ, ଆଟଲାଣ୍ଟାରୁ ଡାଲାସ ଫେରୁଥିବା ସମୟରେ, ମଧ୍ୟରାତ୍ରିରେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ରାସ୍ତାର ଭୁଲ୍ ପାର୍ଶ୍ୱରେ ଯାଉଥିବା ଏକ ମିନି ଟ୍ରକ୍ ସେମାନଙ୍କ କାର୍ ସହିତ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । ଏଥିରେ ଥିବା ଗୋଟିଏ ପରିବାର ଚାରିଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । 

ସେପଟେ ଏହି ଘଟଣାର ଖବର ପାଇ ପରିବାରରେ ଶୋକଛାୟା ଖେଳିଯାଇଛି । ପ୍ରକାଶ ଥାଉକି, ମେ' ୧୦ ତାରିଖରେ ନ୍ୟୁୟର୍କରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭରସିଟିରେ ପଢ଼ୁଥିବା ଦୁଇ ଭାରତୀୟ ଛାତ୍ର ୨୦ ବର୍ଷୀୟ ମାନବ ପଟେଲ ଏବଂ ୨୩ ବର୍ଷୀୟ ସୌରଭ ପ୍ରଭାକର -ନ୍ୟୁୟର୍କରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.