ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଡିସେମ୍ବର ପହିଲାରୁ ବଦଳିଯିବ ସିମ୍‌ କାର୍ଡ କ୍ରୟ କରିବାର ନିୟମ, ଭୁଲ କଲେ ଜରିମାନା ସହ ଜେଲ୍‌ ହୋଇପାରେ

ନୂଆଦିଲ୍ଲୀ: ସିମ୍‌ କାର୍ଡକୁ ନେଇ ଥିବା ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂଆ ନିୟମ ଡିସେମ୍ବର ପହିଲା (ଶୁକ୍ରବାର) ପାଖରୁ ଲାଗୁ ହେବ । ଏସବୁ ନିୟମକୁ ଦୁଇ ମାସ ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ହେଁ କେନ୍ଦ୍ର ସରକାର ଏହାକୁ ନଭେମ୍ବର ୩୦ ଯାଏଁ ଘୁଞ୍ଚାଇ ଦେଇଥିଲେ । ୧ ଡିସେମ୍ବର ୨୦୨୩ରୁ ନୂଆ ସିମ କାର୍ଡ କ୍ରୟ କରିବାକୁ ଗଲେ ଆପଣଙ୍କୁ ନୂଆ ନିୟମକୁ ଧ୍ୟାନରେ ରଖିବାକୁ ପଡ଼ିବ ।

ସାଇବର ଅପରାଧ କମ୍‌ କରିବା ଲାଗି ଏସୁବ ନିୟମ ଲାଗୁ ହେବାକୁ ଯାଉଛି ବୋଲି କୁହାଯାଉଛି । ନୂଆ ସିମ୍‌ କାର୍ଡ କିଣିବାକୁ ହେଲେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ତଥ୍ୟ ଦେବାକୁ ପଡ଼ିବ । ଏହା ଦ୍ବାରା କୌଣସି ପ୍ରକାର ମାମଲାରେ ତଦନ୍ତ ଏଜେନ୍ସି ସଂପୃକ୍ତ ବ୍ୟକ୍ତିଙ୍କୁ ଜଳଦି ଧରିପାରିବେ । ବିଶେଷ କରି ସାଇବର ଠକେଇ ମାମଲାରେ ଏହା ଖୁବ କାମରେ ଆସିବ । ନକଲି ନାମ ବ୍ୟବହାର କରି କିଣାଯାଉଥିବା ସିମ୍‌ କାର୍ଡରେ ହିଁ ଅଧିକ ଅପରାଧ ସଂଗଠିତ ହେଉଛି ।

ଯଦି ଜଣେ ଗ୍ରାହକ ନିଜ ନମ୍ବରରେ ଏକ ନୂଆ ସିମ୍‌ କାର୍ଡ କିଣିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ନିଜର ଆଧାର କାର୍ଡ ସହ ଡେମୋଗ୍ରାଫିକ୍‌ ଡାଟା ଦେବାକୁ ପଡ଼ିବ । ଏପରିକି ସିମ ବିକ୍ରି କରୁଥିବା ବ୍ୟକ୍ତି ମଧ୍ୟ ନିଜର ସମସ୍ତ ତଥ୍ୟ ପ୍ରଦାନ କରିବେ । ସିମ କାର୍ଡ ଡିଲରଙ୍କ ପାଇଁ ଭେରିଫିକେସନ୍‌ ପ୍ରକ୍ରିୟା ମଧ୍ୟ ଲାଗୁ କରାଯାଇଛି ।

ସେପଟେ ନିୟମ ନମାନିଲେ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରନ୍ତି । ସେହିଭଳି ବ୍ଲକ୍‌ ହୋଇଥିବା ସିମ କାର୍ଡ ଫେରି ପାଇବାକୁ ହେଲେ ମଧ୍ୟ ନୂଆ ନିୟମ ମାନିବାକୁ ପଡ଼ିବ । ଏହି ସିମ କାର୍ଡ ପାଇଁ ଆପଣଙ୍କର କୌଣସି ବ୍ୟବସାୟିକ ସମ୍ବନ୍ଧ ଥିବା ଜରୁରି । ତେବେ ଜଣେ ନିଜ ଆଇଡିରେ ସର୍ବାଧିକ ୯ଟି ସିମ କାର୍ଡ କ୍ରୟ କରିପାରିବେ । 

ଗୋଟିଏ ସିମ୍‌ ଡିଆକ୍ଟିଭେଟ ହେବାର ୯୦ ଦିନ ପରେ ହିଁ ସେହି ନମ୍ବର ଅନ୍ୟ କାହାକୁ ମିଳିପାରିବ । ନଭେମ୍ବର ୩୦ ମଧ୍ୟରେ ଯଦି କୌଣସି ନମ୍ବର ପଞ୍ଜିକୃତ ହୋଇନଥିବା ଜଣାପଡ଼େ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଜରିମାନ ଲାଗିବା ସହ ତାଙ୍କୁ ଜେଲ ବି ହୋଇପାରେ । 

  • mobile library
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.