ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

Aditya-L 1 ମିଶନ ପୂର୍ବରୁ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ , କହିଲେ – ଏବେ ଗଗନଯାନର ପାଳି

ନୂଆଦିଲ୍ଲୀ –ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ଲ୍ୟାଣ୍ଡିଂ ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଦେଶର ପ୍ରଥମ ସୌର ମିଶନ – ଆଦିତ୍ୟ-ଏଲ ୧ ପାଇଁ ପୂରା ପ୍ରସ୍ତୁତିରେ। ସୌର ମିଶନର ଲଞ୍ଚିଂ ଶନିବାର ସକାଳ ୧୧.୫୦ରେ ଶ୍ରୀହରୀକୋଟାରୁ କରାଯିବ। ଲଞ୍ଚିଂ ପୂର୍ବରୁ ଲଞ୍ଚ ରିହର୍ସଲ ଓ ସ୍ପେସକ୍ରାଫ୍ଟର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ହୋଇ ସାରିଛି। ଆଦିତ୍ୟ-ଏଲ ୧ ଭାରତର ସୌର ମିଶନ ଏବଂ ଏହାକୁ ପିଏସଏଲଭି-ସି ୫୭ ଦ୍ୱାରା ଲଞ୍ଚ କରାଯିବ। ଏହା ସୂର୍ଯ୍ୟଙ୍କର ବିସ୍ତୃତ ଅଧ୍ୟୟନ କରିବାକୁ ୭ଟି ଭିନ୍ନ ଭିନ୍ନ ପେଲୋଡ ନେଇ ଯିବ ,ଯେଉଁଥିରୁ ୪ ଟି ସୂର୍ଯ୍ୟଙ୍କର ରଶ୍ମୀର ନିରୀକ୍ଷଣ କରିବ ଏବଂ ଅନ୍ୟ ତିନି ପ୍ଲାଜମା ଓ ଚୁମ୍ୱକୀୟ କ୍ଷେତ୍ରର ଇନ୍‌-ସିଟୁ ମାପଦଣ୍ଡତୁ ମାପିବ।  

ଚନ୍ଦ୍ର ବିଜୟ ପରେ.. ଏବେ ସୂର୍ଯ୍ୟ ଅଭିଯାନ, ସେପ୍ଟେମ୍ବରରେ ଆଦିତ୍ୟ-ଏଲ୍‌୧ର ମିଶନ୍‌ ପ୍ରକ୍ଷେପଣ

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି , ଆଜି ଆଦିତ୍ୟ ଏଲ-୧ର ଓଲଟା ଗଣନା ଆରମ୍ଭ ହୋଇ ଯାଇଛି ଏବଂ ଏହା କାଲି ସକାଳ ୧୧.୫୦ଟାରେ ଲଞ୍ଚ ହେବ। ଆଦିତ୍ୟ ଏଲ ୧ ଉପଗ୍ରହ ଆମର ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବ। ଆଦିତ୍ୟ ଏଲ-୧ ପରେ ଚନ୍ଦ୍ରଯାନ-୪ ପାଇଁ ଆମେ ଖୁବ୍‌ ଶୀଘ୍ର ଘୋଷଣା କରିବୁ। ଆମର ଆଗାମୀ ଲଞ୍ଚ ଗଗନଯାନ ,ଏହା ଅକ୍ଟୋବରର ପ୍ରଥମ ସପ୍ତାହ ଯାଏ ହେବ। ଇସ୍ରୋ ମୁଖ୍ୟ ଏସ ସୋମନାଥ ଆଦିତ୍ୟ-ଏଲ ୧ ମିଶନର ଲଞ୍ଚ ପୂର୍ବରୁ  ତିରୁପତି ଜିଲ୍ଲା ଚେଙ୍ଗଲମ୍ମା ପରମେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି। 

ଇସ୍ରୋ ରଚିଲା ଇତିହାସ – 

୨୩ ଅଗଷ୍ଟରେ ଭାରତ ସ୍ପେସ୍‌ ରିସର୍ଚ୍ଚ କ୍ଷେତ୍ରରେ ଏକ ବଡ଼ ଲମ୍ଫ ପ୍ରଦାନ କରିଛି , ଯେବେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାପୂର୍ବକ ଅବତରଣ କରିଥିଲା। ଏହି ଐତିହାସିକ ଉପଲବ୍ଧି ହାସଲ କରିଥିବା ପ୍ରଥମ ଦେଶ ହୋଇ ପାରିଛି ଭାରତ। ଏହା ବ୍ୟତୀତ ଭାରତ , ଆମେରିକା , ଚୀନ ଓ ରୁଷ୍‌ ପରେ ଚନ୍ଦ୍ର ପୃଷ୍ଠରେ ସଫଳତାପୂର୍ବକ ଓହ୍ଲାଇବାର ୪ର୍ଥ ଦେଶ ହୋଇ ପାରିଛି। 

ମିଶନ ଆଦିତ୍ୟ ଏଲ-୧: ଜାଣନ୍ତୁ ସୂର୍ଯ୍ୟର ଆକାର କେତେ ବଡ଼, କ'ଣ ରହିଛି ତାପମାତ୍ରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.