ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ତାଇୱାନରେ ଅନୁପ୍ରବେଶ ପାଇଁ ୧୦୩ଟି ଚୀନ ଯୁଦ୍ଧ ବିମାନର ଉଦ୍ୟମ, ଘେରିଲାଣି ୯ ଯୁଦ୍ଧ ଜାହାଜ

ତାଇପେଇ୧୮/୦୯: ତାଇୱାନ୍ ଓ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ବିଗତ ୨୪ ଘଣ୍ଟାରେ ଡ୍ରାଗନର ୧୦୩ଟି ଯୁଦ୍ଧ ବିମାନ ତାଇୱାନରେ ଅନୁପ୍ରବେଶ ଉଦ୍ୟମ କରିଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏଭଳି କରି ଅଞ୍ଚଳରେ ଚୀନ ଅଶାନ୍ତି ସୃଷ୍ଟି କରୁଥିବା ତାଇୱାନ କହିଛି ।

ସୂଚନା ଅନୁସାରେ, ୧୭ ଓ ୧୮ ସେପ୍ଟେମ୍ବରରେ ତାଇୱାନ ୧୦୩ଟି ଚାଇନିଜ୍ ଯୁଦ୍ଧବିମାନ ଆସିଥିବା କହିଛି । ଯାହାକି ସବୁଠୁ ବଡ଼ ଅତିକ୍ରମଣ । ଏହାଦ୍ୱାରା ତାଇୱାନରେ ତିକ୍ତତା ବୃଦ୍ଧି ପାଇଛି । ଏହା ଛଡ଼ା ଚୀନର ୯ଟି ଯୁଦ୍ଧ ଜାହାଜ ତାଇୱାନ ଅଞ୍ଚଳରେ ଦଖଲ ଦେଇଛି ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ପିଏମ୍ ମୋଦୀ କହିଲେ ‘ଏହା କାନ୍ଦିବାର ସମୟ ନୁହେଁ’

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସୁଲବିନ, ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଥିବା ବେଳେ ତାଇୱାନ୍ ସହ ଏଭଳି ହରକତ ଆରମ୍ଭ କରିଛି ଡ୍ରାଗନ । ଦୁଇ ଦିନିଆ ଭେଟ ବେଳେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟେ ତାଇୱାନ ପ୍ରସଙ୍ଗ ଉଠାଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ପୂର୍ବ ତାଇୱାନ ଜଳସୀମାରେ ଚୀନ ଯୁଦ୍ଧ ଜାହାଜ ଥିବା କହିଥିଲା । ଶାନ୍ଦୋଙ୍ଗରେ ଯୁଦ୍ଧ ବିମାନ ଓ ହେଲିକପ୍ଟର ଅବତରଣ ଏବଂ ଉଡ଼ାଣ ଭରିଥିବା ଜଣାପଡ଼ିଛି । ତେବେ ପ୍ରଶାନ୍ତ ମହାସାଗରରେ ଏଭଳି ଗତିବିଧି ନେଇ ଚୀନ କୌଣସି ଅଧିକାରୀକ ପ୍ରତିକ୍ରିୟା ଦେଇ ନାହିଁ । 

ଟେଲି ଅଭିନେତ୍ରୀ ଚେହେରାରେ ନ୍ୟୁଡ୍‌ କଲ୍‌, ୫୫ ଜଣ ମୁଣ୍ଡିଆଳଙ୍କ ସହ ଚାଲିଥିଲା ଚାଟ୍

ସପ୍ତାହକ ତଳେ ଚୀନ ତାଇୱାନକୁ ନିଜ ଅଧିନକୁ ନେବା ନେଇ ଏକ ବ୍ଲୁ ପ୍ରିଣ୍ଟ ଜାରି କରିଥିଲା । ଫୁଜିଆନ୍ ସହ ତାଇୱାନ ପାଇଁ ଜାରି କରିଥିଲା ଏକକୀକରଣ ଯୋଜନା । ମାସକ ତଳେ ପିପୁଲ୍ସ ରିବରେସନ୍ ଆର୍ମିର ଯବାନ ତାଇୱାନ ଉପରେ ଆକ୍ରମଣ ଲାଗି ତାଲିମ୍ ନେଉଥିବା ଚୀନର ସରକାରୀ ମିଡିଆର ଡକ୍ୟୁମେଣ୍ଟାରୀରୁ ଜଣା ପଡ଼ିଥିଲା । 

  • Taiwan
  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.