ସାନଖେମୁଣ୍ଡି, ୧୮/୦୯ : ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଶେରଗଡ଼ ସହର ଶ୍ରୀରାମ ନଗରରେ ଅଭାବନୀୟ ଘଟଣା । ମାଆ ଏବଂ ଦୁଇ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ୩ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଶେରଗଡ଼ ସହର ଶ୍ରୀରାମ ନଗରର ଗୋଟିଏ ପରିବାର ରବିବାର ରାତିରେ ପନିର ଓ କ୍ଷୀର ପିଇ ଶୋଇଥିଲେ। ସକାଳୁ ନଉଠିବାରୁ ସମସ୍ତଙ୍କୁ ଶେରଗଡ଼ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମହିଳାଙ୍କ ସ୍ବାମୀ ଏବଂ ଶାଶୁ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରକୃତ କାରଣ ଜଣାପଡିନଥିଲେ ବି ଫୁଡ୍ ପଏଜନ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।