ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସହରରେ ବୁଲା କୁକୁରଙ୍କ ଉତ୍ପାତ: କୁକୁରଶାଳା କାର୍ଯ୍ୟକ୍ଷମରେ କେଁ’, ଅତିରିକ୍ତ ବ୍ୟୟକୁ ନେଇ ଅନିଶ୍ଚିତତାରେ ପ୍ରକଳ୍ପ

ଅନୁଗୁଳ,୧୮/୧୧: ମାସ ପରେ ମାସ  ବିତୁଛି । ଡେଇଁ ଚାଲିଛି ଡେଡଲାଇନ୍‌ । ମାତ୍ର  ସରିବାର ନାଁ’ ନେଉନି ଅନୁଗୁଳ ପୌରପାଳିକାର କୁକୁରଶାଳା ନିର୍ମାଣ । ତତ୍କାଳୀନ ପୌରନିର୍ବାହୀ  ଅଧିକାରୀ ଏହି ପ୍ରକଳ୍ପ ଜୁଲାଇ ସୁଦ୍ଧା ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଇତିମଧ୍ୟରେ ୪ ମାସ ବିତିଥିଲେ ମଧ୍ୟ ପ୍ରକଳ୍ପର ଆଖିଦୃଶିଆ ଅଗ୍ରଗତି ହୋଇନି ।  ଗୋଟିଏ ପଟେ ସହରରେ କୁକୁରଙ୍କ ଉତ୍ପାତ ବଢ଼ି ଚାଲିଛି । ଅନ୍ୟପଟରେ ପ୍ରକଳ୍ପ ନିର୍ମାଣରେ ଅତିରିକ୍ତ ଖର୍ଚ୍ଚକୁ ନେଇ କାଉନ୍‌ସିଲରମାନେ ପ୍ରଶ୍ନ  ଉଠାଇଥିବା ବେଳେ ପୌରପାଳିକାର ମନ୍ଥର ଗତି ଏହାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ଦୁଇ ମାସରୁ ଅଧିକ ସମୟ ହେଲାଣି କୁକୁର ଧରା ଗାଡ଼ି କିଣାଗଲାଣି । କିନ୍ତୁ, ଏଯାବତ୍‌ କୁକୁରଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତର ଓ କମ୍ପାଉଣ୍ଡର ନିଯୁକ୍ତି  ନେଇ ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ନିକଟ ଭବିଷ୍ୟତରେ ଏହାର କାର୍ଯ୍ୟକ୍ଷମ ନେଇ ଆଶଙ୍କା  ପ୍ରକାଶ ପାଇଛି ।  

ଅତିଷ୍ଠ କଲେଣି ବୁଲା କୁକୁର । ନିତି ରାତିରେ ଅଧିକାଂଶ ବାଇକ୍‌ ଆରୋହୀ ଆକ୍ରୋଶର ଶିକାର ହେଉଛନ୍ତି । କୁକୁର କାମୁଡ଼ିବାକୁ ଗୋଡ଼ାଉଥିବା ବେଳେ ଲୋକ ଗାଡ଼ିରୁ ପଡ଼ି କ୍ଷତାକ୍ତ ହେଉଛନ୍ତି । ସ୍ଥିତି ଏମିତି ଯେ, କୁକୁର ଭୟରେ ଲୋକ  ରାତିରେ ଯା’ଆସ କରିବାକୁ ଭୟ କରୁଛନ୍ତି । ରାସ୍ତାଘାଟ, ଗଳିକନ୍ଦି ସବୁଆଡ଼େ ଘୂରିବୁଲି ଆତଙ୍କ ଖେଳାଉଛନ୍ତି । ଟ୍ରାଫିକ୍‌ ସମସ୍ୟା ସାଙ୍ଗକୁ  ରାସ୍ତାରେ ଦୁର୍ଘଟଣାର ଏମାନେ ପ୍ରମୁଖ କାରଣ  ସାଜୁଛନ୍ତି । ବୁଲା କୁକୁରଙ୍କୁ କାବୁ କରି ଟିକାକରଣ ସାଙ୍ଗକୁ ବଂଶ ବୃଦ୍ଧିରେ ରୋକ୍‌ ଲଗାଇବାକୁ ବହୁ  ଦାବି ସତ୍ତେ୍ୱ କୁକୁର ବନ୍ଧ୍ୟାକରଣ ଯୋଜନା  କାର୍ଯ୍ୟକାରୀ କରିବାରେ ପୌରପାଳିକା ବିଫଳ  ହୋଇଛି । ବର୍ଷାଧିକ କାଳ ହେଲାଣି ଅନୁଗୁଳ  କଲେଜ ନିକଟରେ ପୌରପାଳିକା ନିର୍ମାଣ  କରୁଛି କୁକୁରଶାଳା । ବୁଲା କୁକୁରଙ୍କୁ ଧରିବା  ପାଇଁ କୁକୁର ଧରା ଗାଡ଼ି କିଣା ସରିଛି । କୁକୁରଙ୍କ  ଅସ୍ତ୍ରୋପଚାର ସାଙ୍ଗକୁ ଟିକାକରଣ ପାଇଁ ସ୍ୱତନ୍ତ୍ର  ଗୃହ ନିର୍ମାଣ ମଧ୍ୟ ସରିଛି । ନିର୍ମାଣ କାର୍ଯ୍ୟ ଅନ୍ତିମ  ପର୍ଯ୍ୟାୟରେ ପହଞ୍ଚିଥିଲେ ହେଁ ଅତିରିକ୍ତ ଖର୍ଚ୍ଚକୁ  ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ  ଏହି କୁକୁରଶାଳା ନିର୍ମାଣ ପାଇଁ ୨୮ ବ୍ୟୟ  ଅଟ୍ଟକଳ ହୋଇଥିଲା । 

ଏଥିରେ ଗୃହ ନିର୍ମାଣଠୁ  ନେଇ ସମସ୍ତ ଭିତ୍ତିଭୂମି ନିର୍ମାଣ କରିବାର ଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ପେଭର ବ୍ଲକ ଓ  ଫାଟକ ନିର୍ମାଣ ବାବଦକୁ ଆଉ ୧୦ ଲକ୍ଷ ଟଙ୍କା  ଖର୍ଚ୍ଚ କରାଯାଇଛି । କୁକୁରଶାଳା ନିର୍ମାଣରେ ଅଯଥା  ବ୍ୟୟ ଅଟ୍ଟକଳ କରି ବଡ଼ ଘୋଟାଲା କରାଯାଇଥିବା  କାଉନ୍‌ସିଲରମାନେ ଅଭିଯୋଗ କରିଛନ୍ତି । ଗତ  ପାରିଷଦ ବୈଠକରେ ଏହି ଅତିରିକ୍ତ ଖର୍ଚ୍ଚକୁ  ନେଇ ତମ୍ବିତୋଫାନ ହୋଇଥିଲା । ଏହା ପରଠୁ  ଏହି ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି  ହୋଇଯାଇଥିବା କୁହାଯାଉଛି । ସରକାରୀ ଅର୍ଥ  ବରବାଦ୍‌ ହେବା ପୂର୍ବରୁ ତୁରନ୍ତ ଜିଲ୍ଲାପାଳ  ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।  ଅପରପକ୍ଷରେ ଦୁଇ ମାସରୁ ଅଧିକ ସମୟ  ହେଲା କୁକୁରଧରା ଗାଡ଼ି ଖତ ଖାଉଛି ।  ତୁରନ୍ତ ନିର୍ମାଣ କାମ ଶେଷ କରିବା ସହିତ  ଡାକ୍ତର ଓ କମ୍ପାଉଣ୍ଡରଙ୍କ ସହିତ ଆବଶ୍ୟକୀୟ  କର୍ମଚାରୀ ନିଯୁକ୍ତ କରି ପ୍ରକଳ୍ପକୁ କାର୍ଯ୍ୟକ୍ଷମ  କରିବାକୁ ଦାବି ହୋଇଛି । 

ଏ ସଂକ୍ରାନ୍ତରେ ପୌରଯନ୍ତ୍ରୀ ରବିନ୍‌  ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ,  କୁକୁରଶାଳା ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ  ପହଞ୍ଚିଛି । କିଛି ପେଭର ବ୍ଲକ ବିଛା କାମ  ବାକି ରହିଥିବା ବେଳେ ତାହା ଆଉ ସପ୍ତାହକ  ମଧ୍ୟରେ ଶେଷ ହୋଇଯିବ । ଏପର୍ଯ୍ୟନ୍ତ ଡାକ୍ତର  କି କମ୍ପାଉଣ୍ଡର ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ  ହୋଇନାହିଁ । କର୍ମଚାରୀ ନିଯୁକ୍ତି ସରିବା ପରେ  କୁକୁର ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରୀ  କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.