ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସୁଡ଼ଙ୍ଗରେ ଫସି ଥିବା ୪୧ ଲୋକଙ୍କୁ କେଉଁ ଜିନିଷ ବଞ୍ଚାଇ ରଖିଲା ? ଘରେ ପହଞ୍ଚି ଗୋଟି ଗୋଟି କରି କହିଲେ ସୁଖରାମ

ରାଞ୍ଚି : ଉତ୍ତରକାଶୀର ସିଲକ୍ୟାରା ଟନେଲରେ ୧୭ ଦିନ ଯାଏ ଫସି ରହିବା ପରେ ସୁରକ୍ଷିତ ବାହାରି ଆସିଛନ୍ତି। ବାହାରକୁ ଆସିବା ପରେ ଝାଡ଼ଖଣ୍ଡରେ ନିଜ ଗାଁରେ ପହଞ୍ଚି ସୁଖରାମ ଗତ ଦିନର କଥା ଗୋଟି ଗୋଟି କରି ପରିବାର ଓ ସଂପର୍କୀୟଙ୍କୁ ଶୁଣାଇଛନ୍ତି। ଚୋର-ପୁଲିସ ଭଳି ଖେଳ ତାଙ୍କୁ ସୁଡ଼ଙ୍ଗରେ ଦୀର୍ଘ ସମୟ ଧରି ଜୀବିତ ରଖିଥିଲା। ରାଞ୍ଚି ବାହାର ଅଞ୍ଚଳରେ ଥିବା ଖିରାବେଡା ଗାଁରେ ରହୁଥିବା ସୁଖରାମ ଘଟଣାକୁ ମନେପକାଇ କହିଛନ୍ତି , ହଠାତ୍‌ ତାଙ୍କୁ କଣ ଖସି ପଡିବାର ଜୋରରେ ଶବ୍ଦ ଶୁଣାଗଲା, କିନ୍ତୁ ସେ ଏସବୁକୁ ବୁଝିବା ଆଗରୁ ଆତଙ୍କ ବାଟ ଜଗି ସାରିଥିଲା। 

ସୁଖରାମ ଶୁକ୍ରବାର ବିଳମ୍ୱିତ ରାତିରେ ନିଜ ଘରେ ପହଞ୍ଚି ଥିଲେ। ଏଠାରେ ପହଞ୍ଚିବା ପରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇ ଥିଲା। ନିଜର ପସନ୍ଦର ଭୋଜନ ମୁର୍ଗା-ଭାତର ଆନନ୍ଦ ନେବା ପରେ ସୁଖରାମ କହିଥିଲେ , ରାଜା-ରାଣୀ ଓ ଚୋର-ପୁଲିସ ଭଳି ପିଲାଦିନର ଖେଳ ଆମକୁ ଜୀବିତ ରଖିଥିଲା ଏବଂ ପ୍ରାରମ୍ଭିକ ଦିନରେ ହତାଶା ଓ ନିରାଶାକୁ ପଛରେ ପକାଇବାରେ ସାହାଯ୍ୟ କରିଥିଲା। ସେ କହିଛନ୍ତି କି , ଆମେ ସୁଡ଼ଙ୍ଗ ଭିତରେ କଂକ୍ରିଟର କାମ କରୁଥିଲୁ। ସେତେବେଳେ ହଠାତ୍‌  ଭାଙ୍ଗି ପଡ଼ିବାର ଶବ୍ଦ ଶୁଣାଗଲା ଏବଂ ଆମେ ବହୁତ ଡ଼ରିଗଲୁ। ଆମେ ଚିନ୍ତିତ ହୋଇ ଓ ଧୈର୍ଯ୍ୟର ସହ ଠିଆ ହୋଇ ଥିଲୁ। ଏହା ଆମକୁ ସ୍ତବ୍ଧ କରି ଦେଲା ଏବଂ ଆମ ଭିତରୁ ଅନେକ ଭାବିନେଲେ କି ଏହା ଶେଷ ସମୟ ।

ସୁଖରାମ କହିଛନ୍ତି କି , ସେ ବାହାରୁ ପାଣି ବାହାର କରୁଥିବା ପାଇପକୁ ଗ୍ୟାସ କଟରରେ କାଟି ଭିତରେ ଫସି ଥିବାର ସଙ୍କେତ ଦେଲେ। ସେ କହିଛନ୍ତି , ଯେମିତି ବାହାର ସଂପର୍କ ସ୍ଥାପିତ ହେଲା ଆଶା ଜାଗି ଉଠିଲା ଏବଂ ଖୁବ୍‌ ଶୀଘ୍ର ଆମେ ଏକ ପାଇପ୍‌ ମାଧ୍ୟମରେ ମୁଢି , କାଜୁ ଓ କିସମିସ ଭଳି ଖାଦ୍ୟ ସାମଗ୍ରୀ ମିଳିବା ଆରମ୍ଭ ହୋଇଗଲା। 

ସୁଖରାମ କହିଛନ୍ତି , ଯାହାବି ବାହାରୁ ଭିତରକୁ ପଠାଯାଏ ଆମେ ୪୧ ଜଣ ଯାକ ବାଣ୍ଟି ଖାଇଥା । ପାଣି ପାଇଁ ସେମାନେ ପ୍ରାରମ୍ଭିକ ଦିନରେ ଚଟାଣରେ ଥିବା ପାଣିକୁ ପିଉ ଥିଲେ। କେବେ କେବେ ଖେଳ ଖେଳୁ ଥିଲେ। ଆଉ ମଧ୍ୟ ପରସ୍ପର ଭିତରେ ନିଜ ପରିବାର କଥା ମନେପକାଇ କଥାବାର୍ତ୍ତା ହେଉଥିଲେ। ନିଜ ନିଜର ଭବିଷ୍ୟତ ବିଷୟରେ ବି କଥା ହେଉଥିଲେ।

ସୁଖରାମ କହିଛନ୍ତି ଶୌଚ କରିବାକୁ ଆମ ପାଖରେ ସୁଡ଼ଙ୍ଗରେ  କୌଣସି ଅନ୍ୟ ବିକଳ୍ପ ନଥିଲା। ଏଠାରେ ସବୁଠୁ ଦୂର ସ୍ଥାନରେ ଯାଇ ଶୌଚ ହେଉଥିଲୁ ଏବଂ ପରେ ଏହାକୁ ମାଟିରେ ଢାଙ୍କି ଦେଉଥିଲୁ। ଭାବୁକ ସୁଖରାମ କହିଛନ୍ତି ,ପ୍ରାର୍ଥନା କିରିବା ଆମ ପାଇଁ ଦିନଚର୍ଯ୍ୟା ପାଲଟି ଯାଇଥିଲା। ଶେଷରେ ଭଗବାନ ଆମ କଥା ଶୁଣିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.