ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭଦ୍ରକରେ ସେକ୍ସ ର‌୍ୟାକେଟ ଠାବ: ୩ ବଙ୍ଗୀୟ ଯୁବତୀ ସହ ୨ ଯୁବକ କାବୁ, ଶାଶ୍ୱତ ଲଜ୍‌ ମାଲିକ ଅଟକ

ଭଦ୍ରକ,୧୫/୧୦: ଭଦ୍ରକ ସହରର ଛାତି ଉପରେ ଚାଲିଛି  ଦେହ କାରବାର । ବିଳାସପୂର୍ଣ୍ଣ ହୋଟେଲ ଓ ଲଜ୍‌ରେ ଏଭଳି କାରବାର କାୟା ମେଲାଇଛି । ବଙ୍ଗୀୟ ଯୁବତୀମାନେ ଆସୁଛନ୍ତି ।  ସେମାନଙ୍କୁ ମୂଲଚାଲ କରି ସ୍ଥାନୀୟ ଅଞ୍ଚଳର ଦଲାଲ ଆଣୁଛନ୍ତି ।  ଏପଟେ ଗ୍ରାହକଙ୍କ ସହ ଡିଲ୍‌ କରୁଛନ୍ତି । ଗରାଖ ଯୋଗାଇବାରେ  କିଛି ଏଜେଣ୍ଟ୍‌ ସମ୍ପୃକ୍ତ ରହୁଛନ୍ତି । ଏଭଳି କାରବାର ଭଦ୍ରକ ସହରରେ  ଥିବା ବହୁ ହୋଟେଲ, ଲଜ୍‌ରେ ଚାଲୁଛି । ଶନିବାର ଭଦ୍ରକ ଟାଉନ୍‌  ଥାନା ଅଧୀନ ବାଇପାସ୍‌ ସ୍ଥିତ ଶାଶ୍ୱତ ଲଜ୍‌ରେ ପୁଲିସ ଚଢ଼ଉ  କରିଛି । ଚଢ଼ଉ ବେଳେ ଲଜ୍‌ରୁ ୩ ଯୁବତୀଙ୍କ ସମେତ ୨ ଯୁବକଙ୍କୁ  ଧରିଛି ପୁଲିସ୍‌ । ଏମାନେ ଦେହ ବେପାରରେ ସମ୍ପୃକ୍ତ ଥିବା ପ୍ରାଥମିକ  ତଦନ୍ତରୁ ଜଣାପଡ଼ିଛି ବୋଲି ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ  କହିଛନ୍ତି । ଶାଶ୍ୱତ ଲଜ୍‌ ମାଲିକଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖିଛି ।  

ଶାଶ୍ୱତ ଲଜ୍‌ରେ ଦେହ ବେପାର ନେଇ ଦୀର୍ଘ ଦିନ ହେଲା  ଚର୍ଚ୍ଚା ହେଉଥିଲା । ଏନେଇ ପୁଲିସ୍‌ ନିକଟରେ ମଧ୍ୟ ସୂଚନା  ଥିଲା । ଶନିବାର ପ୍ରାୟ ସନ୍ଧ୍ୟା ୭ଟାରେ ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌  ଲଜ୍‌ରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୩ ଯୁବତୀଙ୍କୁ ଠାବ  କରାଯାଇଛି । ତତ୍‌ସହିତ ଗ୍ରାହକ ଭାବେ ଥିବା ୨ ଯୁବକ ପୁଲିସ୍‌  ହାତରେ ଧରାପଡ଼ିଛନ୍ତି । ସେହିଭଳି ଲଜ୍‌ ମାଲିକଙ୍କୁ ମଧ୍ୟ ପୁଲିସ୍‌  ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି । ସିଟି ଡିଏସପି  ଶ୍ରୀ ଦ୍ୱିବେଦୀଙ୍କ ସମେତ କ୍ରାଇମ୍‌ ଡିଏସ୍‌ପି ପୁଷ୍ପଲତା ବାରିକ  ଓ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ଉକ୍ତ  ଚଢ଼ଉର ନେତୃତ୍ୱ ନେଇଥିଲେ । 

ଆଇଆଇସି ଶ୍ରୀ ସେନାପତି  କହିଛନ୍ତି, ଧରାପଡ଼ିଥିବା ଯୁବତୀଙ୍କ ସହ ଦୁଇ ଗ୍ରାହକ ଓ ମାଲିକଙ୍କୁ  ପଚରାଉଚରା ଜାରି ରହିଛି । ସେମାନେ ଏଭଳି କାରବାର ପାଇଁ  କାହା ସହ ଡିଲ୍‌ କରି ଆସିଥିଲେ³ ତା’ର ଖୋଳତାଡ଼ ଆରମ୍ଭ  ହୋଇଛି । ଦୁଇ ଜଣ ଦଲାଲ ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଛି ।  

ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । ଏନେଇ  କେସ ନଂ ୫୫୨/୨୩ରେ ମାମଲା ଦାୟର ହୋଇଛି । ସହରର  ମିଡ୍‌ ପଏଣ୍ଟ୍‌ ବାଇପାସ୍‌ ଭଳି ସ୍ଥାନରେ ଦେହ କାରବାରକୁ ନେଇ  ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଥିସହ ଏନ୍‌ଏଚ୍‌ ୧୬  ପାଶ୍ୱର୍ ଓ ଚରମ୍ପା ଅଞ୍ଚଳରେ ଥିବା କିଛି ହୋଟେଲ, ଲଜ୍‌ ଆଦିରେ  ଦେହ କାରବାର ବଢୁଥିବା ଚର୍ଚ୍ଚା ହେଉଛି । ପୁଲିସ୍‌ ଏଥିପ୍ରତି  ନଜର ଦେବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.