ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

RBI ଦେଲା ଆଶ୍ୱସ୍ତି, ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବ୍ୟବହାର କରି ହେବ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ

ନୂଆଦିଲ୍ଲୀ, ୧୬/୦୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବଡ଼ ଆଶ୍ୱସ୍ତି ଦେଇଛି । ପେଟିଏମ୍ ଉପରେ ୨୦୨୪ ଫେବ୍ରୁଆରୀ ୨୯ରୁ ଲାଗିବାକୁ ଥିବା ପ୍ରତିବନ୍ଧକ ଅବଧିକୁ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ଅର୍ଥାତ୍ ମାର୍ଚ୍ଚ ୧୫ରୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରାଯିବ ।

୨୦୨୪ ଜାନୁଆରୀ ୩୧ରେ ଜାରି ନିର୍ଦ୍ଦେଶନାମାରେ ଆରିବିଆଇ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡ଼ିବା ଉପରେ ରୋକ୍ ଲଗାଇଥିଲେ । ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିପକ୍ଷରେ ଅନିୟମିତତା ମିଳିବା ପରେ ଆରବିଆଇ ଜାରି କରିଥିଲେ ନିର୍ଦ୍ଦେଶନାମା ।

ଶୁକ୍ରବାର ଆରବିଆଇ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ କୁହା ଯାଇଛି, ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗା ଯାଇଥିଲା । ଗ୍ରାହକ ଓ ଦୋକାନୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିକଳ୍ପ ବ୍ୟବସ୍ଥା କରିବା ଲାଗି ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କିଛି ସଂଶୋଧନ କରାଯାଇଛି ।

ମାର୍ଚ୍ଚ ୧୫ ପରେ ଟପ୍ଅପ୍ ମନା

ପୂର୍ବରୁ ଆରବିଆଇ କହିଥିଲା, ୨୦୨୪ ଫେବ୍ରୁଆରୀ ୨୯ ପରେ ଗ୍ରାହକଙ୍କ ଖାତା, ପ୍ରିପେଡ୍ ଖାତା, ୱାଲେଟ୍, ଫାସଟାଗ୍ ଆଦିରେ କୌଣସି ଜମା କରାଯାଇ ପାରିବ ନାହିଁ । ଏପରିକି କୌଣସି କ୍ରେଡିଟ୍ ଓ ଟପଅପ୍ କରାଯାଇ ପାରିବ ନାହିଁ । ଏବେ ଏହି ଆଦେଶ ମାର୍ଚ୍ଚ ୧୫ରୁ ଲାଗୁ କରାଯିବ । ଏହା ପରେ ବି ଆକାଉଣ୍ଟରେ ବଳକା ଥିବା ରାଶିକୁ ଗ୍ରାହକ ବ୍ୟବହାର କରି ପାରିବେ । ସେନେଇ ଆରବିଆଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.