ପ୍ରମୂଖ ଖବର

୩ ରାଜ୍ୟରେ ବିଜେପିର ଉତ୍ସାହଜନକ ପ୍ରଦର୍ଶନ, ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପିଏମ୍ ମୋଦି

ନୂଆଦିଲ୍ଲୀ, ୦୩/୧୨: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଉତ୍ତମ ପ୍ରଦର୍ଶନ କରିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ଟ୍ରେଣ୍ଡିଂରେ ବହୁମତ ଠାରୁ ଆଗୁଆ ରହିଛି ।

କଂଗ୍ରେସକୁ ଛତିଶଗଡ଼ରେ କଡ଼ା ଟକ୍କର ଦେଉଛି ବିଜେପି । ରାଜସ୍ଥାନରେ ବିଜେପି ଗଣତିରେ ଆଗୁଆ ରହିଛି । ତେଲଙ୍ଗାନାରେ ବିଆରଏସ୍ ଖସୁଥିବା ବେଳେ କଂଗ୍ରେସ ବଢ଼ୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବଢ଼ୁଥିବାରୁ ଉତ୍ସବ ଆରମ୍ଭ ହୋଇ ଯାଇଛି । ଦଳୀୟ ସୂତ୍ର ଅନୁସାରେ, ଦଳୀୟ ମୁଖ୍ୟାଳୟରେ ସନ୍ଧ୍ୟା ୫ଟାରୁ ଉତ୍ସବ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟା ୬ଟା ୩୦ରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ ।

ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ

ନିର୍ବାଚନ ଫଳାଫଳ ଗଣତି ଆରମ୍ଭରୁ ଛତିଶଗଡ଼ରେ ପରିବର୍ତ୍ତନର ଆଭାସ ଆସୁଛି । ଛତିଶଗଡ଼ରେ କଂଗ୍ରେସକୁ ପଛରେ ପକାଇ ଆଗକୁ ବଢ଼ୁଛି ବିଜେପି । ଛତିଶଗଡ଼ର ୯୦ ଆସନରୁ ବିଜେପି ୫୧ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୭ଟିରେ, ଜିଜିପି ଓ ସିପିଆଇ ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି ।

ହିନ୍ଦୀ ବେଲ୍ଟରେ ବିଜେପିର ପ୍ରଦର୍ଶନ ଭଲ ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଗଣତି ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି । ଦିନ ୧୨ଟା ସୁଦ୍ଧା ମଧ୍ୟପ୍ରଦେଶର ୨୩୦ ଆସନରୁ ବିଜେପି ୧୫୫ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୨ଟି, ବିଏସପି ୨ଟିରେ ଆଗୁଆ ରହିଛି ।

ତେଲେଙ୍ଗାନାରେ କିଏ ? କଂଗ୍ରେସ ନା ବିଆରଏସ ? ବହୁତ ପଛରେ ପଡିଛି ବିଜେପି…

ସେହିଭଳି ରାଜସ୍ଥାନର ୧୯୯ ଆସନରୁ ବିଜେପି ୧୧୪ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ଟିରେ, ବିଏସପି ୩ଟିରେ, ସ୍ୱାଧୀନ ପ୍ରାର୍ଥୀ ୭ଟି ଆସନରେ ଆଗୁଆ ରହିଛନ୍ତି । ତେଲଙ୍ଗାନାର ୧୧୯ ଆସନରୁ ୬୭ଟିରେ କଂଗ୍ରେସ, ୩୬ଟିରେ ବିଆରଏସ୍, ୮ଟିରେ ବିଜେପି, ୩ଟିରେ ଏଆଇଏମ୍ଆଇଏମ୍ ଆଗୁଆ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.