ପ୍ରମୂଖ ଖବର

ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା, ଆଜି ଶପଥ ନେବ ନୂଆ ସରକାର

ପାଟନା, ୨୮/୦୧: ବିହାରରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନୀତୀଶ କୁମାର । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ନେତାଙ୍କ ସହ ବୈଠକ ପରେ ରାଜଭବନ ଯାଇଥିଲେ ନୀତୀଶ । ସେଠାରେ ସେ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଆଉ କିଛି ସମୟ ପରେ ବିଜେପି ବିଧାୟକ ନୀତୀଶ କୁମାରଙ୍କ ବାସଭବନରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ସେଠାରେ ବିଜେପି ଓ ଜେଡିୟୁ ବିଧାୟକଙ୍କ ବୈଠକ ପରେ ନୀତୀଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ । ଆଜି ହିଁ ନୂଆ ସରକାର ଗଠନ ନେଇ ନୀତୀଶ କୁମାର ରାଜ୍ୟପାଳଙ୍କ ନିକଟରେ ଦାବି ରଖିବେ । ମିଳିଥିବା ସୂଚନା ଅନୁସାରେ, ନୀତୀଶଙ୍କୁ ସମର୍ଥନ ପାଇଁ ସମର୍ଥନ ପତ୍ରରେ ବିଜେପି ବିଧାୟକ ହସ୍ତାକ୍ଷର କରି ସାରିଛନ୍ତି ।

ଆଜି ରବିବାର ହିଁ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୂଆ ସରକାରରେ ୨ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି କୁହା ଯାଉଛି । ବିଜେପିରୁ ସୁଶୀଲ ମୋଦିଙ୍କ ସହ ରେଣୁ ଦେବୀଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛି ।

ବିଜେପି ସହ ନୀତୀଶ ଚତୁର୍ଥଥର ମେଣ୍ଟ କରି ସରକାର ଗଢ଼ିବାକୁ ଯାଉଛନ୍ତି । ଏବେ ବିହାର ବିଧାନସଭାରେ ଜେଡିୟୁ ପାଖରେ ୪୫ ଓ ଆରଜେଡି ପାଖରେ ୭୯ ବିଧାୟକ ଅଛନ୍ତି । ବିଜେପି ପାଖରେ ୭୮ ବିଧାୟକ ଥିବା ବେଳେ କଂଗ୍ରେସ ପାଖରେ ୧୯, ସିପିଆଇ (ଏମ୍ଏଲ୍) ଓ ସିପିଆଇ ପାଖରେ ୨ ଜଣ ଲେଖାଏଁ, ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା ପାଖରେ ୪ ବିଧାୟକ ଅଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.