ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦିଲ୍ଲୀ ଅପେକ୍ଷା ମୁମ୍ବାଇରେ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଛି, ଚିନ୍ତା ବଢ଼ାଇଲା ନୂଆ ରିପୋର୍ଟ

Image Courtesy: tripsavvy

ମୁମ୍ବାଇ: ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା କେତେ ଅଧିକ ତାହା ସମସ୍ତଙ୍କୁ ଜଣା । ହେଲେ ଏବେ ମିଳିଥିବା ରିପୋର୍ଟ ଚିନ୍ତାର କାରଣ ପାଲଟିଛି । କାରଣ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ଥିତି ବି କିଛି କମ୍‌ ନାହିଁ । ବିଶେଷଜ୍ଞଙ୍କ ମତରେ ଦିଲ୍ଲୀ ଏନସିଆର ଠାରୁ ମୁମ୍ବାଇର ବାୟୁ ପ୍ରଦୂଷଣ ବହୁତ ଅଧିକ । କାରଣ ମୁମ୍ବାଇର ବାୟୁରେ ଥିବା ପାର୍ଟିକିଲ୍‌ (ବିଷାକ୍ତ ଧୂଳିକଣା) ମଣିଷ ପ୍ରତି ବହୁତ କ୍ଷିତିକାରକ ବୋଲି କୁହାଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମଧ୍ୟ ମୁମ୍ବାଇ ପାଇଁ ଚେତାବନୀ ଜାରି କରାଯାଇଛି । 

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏଁ ଆକାଶ ଧୂଆଁମୟ

ମୁମ୍ବାଇରେ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ଲାଗି ବାୟୁର ମାନ ଖରାପ ହେଉଛି । ବିଭିନ୍ନ ଏଜେନ୍ସି ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଦାବି ହୋଇଥିବା ବେଳେ ଖୁବଶୀଘ୍ର କଟକଣା ଜାରି ହୋଇପାରେ । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଡାଟା ଅନୁସାରେ, ଦିଲ୍ଲୀ ଭଳି ଚେନ୍ନାଇ ଏବଂ ମୁମ୍ବାଇରେ ବାୟୁର ମାନ ଖରାପ ହେବାରେ ଲାଗିଛି । ମୁମ୍ବାଇରେ ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୫୦ ପର୍ଯ୍ୟନ୍ତ ପହଞ୍ଚିଯାଇଛି । 

କୁହାଯାଏ ମୁମ୍ବାଇ ଭଳି ସହରରେ ସମୁଦ୍ରରୁ ଆସୁଥିବା ବାୟୁର ପ୍ରବାହ ଯୋଗୁଁ ବାୟୁ ପ୍ରଦୂଷଣ କମ ହୋଇଥାଏ । କିନ୍ତୁ ଲଗାତାର ବଢ଼ୁଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ବଢ଼ୁଥିବା ବାୟୁ ପ୍ରଦୂଷଣ ଏବେ ସମୁଦ୍ରରୁ ଆସୁଥିବା ବାୟୁ ଦ୍ବାରା କମ୍‌ ହୋଇପାରୁନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । 

ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଦିଲ୍ଲୀରେ ମିଳୁଥିବା ବିଷାକ୍ତ ପାର୍ଟିକିଲ ତୁଳନାରେ ମୁମ୍ବାଇରେ ଅଧିକ ମାତ୍ରାରେ ପିଏମ-୧ ପାର୍ଟିକିଲ୍‌ ମିଳିଛି । କେବଳ ଯେ ଚେନ୍ନାଇ ଏବଂ ମୁମ୍ବାଇରେ ପ୍ରଦୂଷଣ ବଢ଼ୁଛି ତା ନୁହେଁ ସମୁଦ୍ର କୂଳରେ ଥିବା ସହରଗୁଡ଼ିକ ପ୍ରତି ବାୟୁ ପ୍ରଦୂଷଣର ଭୟ ବୃଦ୍ଧି ପାଉଛି ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ କୁହାଯାଇଛି ।

  • delhi polllution
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.