ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମଣିପୁରରେ ହିଂସା ପରେ ଇମ୍ଫାଲରେ ପୁଣି କର୍ଫ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଥାନା ପୋଡ଼ିଦେଲେ ଦୁର୍ବୃତ୍ତ

ଇମ୍ଫାଲ୍, ୦୨/୧୧: ମଙ୍ଗଳବାର ଠାରୁ ମଣିପୁରରେ ପୁଣି ହିଂସା ଓ ଉତ୍ତେଜନା ସୃଷ୍ଟି ପରେ ବୁଧବାର ଇମ୍ଫାଲରେ କର୍ଫ୍ୟୁ ଲାଗିଛି । କର୍ଫ୍ୟୁ କଟକଣା ଭିତରେ ଇମ୍ପାଲରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ବଙ୍ଗଳା ଠାରୁ ଅନତିଦୂରରେ ଥିବା ଥାନା ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ ।

ମଣିପୁର ପୋଲିସର ସୂଚନା ଅନୁସାରେ, ମାରଣାସ୍ତ୍ର ସହ ଏକ ଗୋଷ୍ଠୀ ଆସିଥିଲେ । ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଥିବା ପ୍ରଥମ ମଣିପୁର ରାଇଫଲ୍ସ କମ୍ପ୍ଲେକ୍ସରେ ନିଆଁ ଲଗାଇ ଦେଇଥିଲେ । ଏହା ପଶ୍ଚିମ ଇମ୍ଫାଲ୍ ଜିଲ୍ଲାରେ ଥିବା ବେଳେ ନିକଟରେ ରାଜଭବନ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରହିଛି ।

ଇମ୍ଫାଲରେ ପୁଣି ସ୍ଥିତି ଅଣାୟତ୍ତ, କର୍ଫ୍ୟୁ ଲଗାଇଲା ପ୍ରଶାସନ

ଜବାବୀ କାର୍ଯ୍ୟାନୁଷ୍ଠାନରେ ଦଙ୍ଗାକାରୀଙ୍କ ଭୟଭୀତ କରିବାକୁ ପୋଲିସ ଆକାଶକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଛି । ମଙ୍ଗଳବାର ଉତ୍ତ୍ୟକ୍ତ ଲୋକ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ମୋରେହରେ ହେଲିପ୍ୟାଡ୍ ଲାଗି ସ୍ଥାନ ନିରୀକ୍ଷଣ ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ଏହା ପରେ ପୋଲିସ ଓ ଉତ୍ୟକ୍ତ ଲୋକ ମୁହାଁମୁହିଁ ହୋଇଥିଲେ । ମଙ୍ଗଳବାରର ଗୁଳି ବିନିମୟ ଓ ଉତ୍ତେଜନା ପରେ ବୁଧବାର ଇମ୍ଫାଲରେ ପୁଣି କର୍ଫ୍ୟୁ ଲାଗୁ ହୋଇଛି । ମଙ୍ଗଳବାର ଗୁଳିମାଡ଼ରେ ମୋରେହ ଏସଡିପିଓ ଚିଙ୍ଗଥାମ୍ ଆନନ୍ଦ କୁମାର ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । 

ଏଥର ରାଜ୍ୟରେ କମ୍‌ ଥଣ୍ଡା, ଶୀତଦିନିଆ ଫସଲ ନଷ୍ଟ ହେବା ଆଶଙ୍କା: ୬ ଯାଏଁ ବର୍ଷା ସମ୍ଭାବନା

ମେ ୩ରୁ ମଣିପୁରରେ ସଂରକ୍ଷଣକୁ ନେଇ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ହିଂସାରେ ଏବେ ସୁଦ୍ଧା ୧୮୦ ଜଣଙ୍କ ମୃତ୍ୟୁ ହୋଇଛି । ମୈତେଇ ସମ୍ପଦ୍ରାୟ ସେମାନଙ୍କୁ ଆଦିବାସୀ ମାନ୍ୟତା ଦାବି କରି ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.