ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଇମ୍ଫାଲରେ ପୁଣି ସ୍ଥିତି ଅଣାୟତ୍ତ, କର୍ଫ୍ୟୁ ଲଗାଇଲା ପ୍ରଶାସନ

ଇମ୍ଫାଲ୍, ୦୧/୧୧: ମଣିପୁରର ରାଜଧାନୀ ଇମ୍ପାଲରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି । ବୁଧବାର ସନ୍ଧ୍ୟାରେ ଇମ୍ଫାଲରେ ଗୁଳିମାଡ଼ ହୋଇଥିବା ବେଳେ ପ୍ରଶାସନ ପୁଣି ଥରେ କର୍ଫ୍ୟୁ ଲଗାଇଛି । ସାରା ସହରକୁ ସୁରକ୍ଷା କର୍ମୀ ଘେରି ରହିଥିବା ବେଳେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।




ଏହା ପୂର୍ବରୁ ମଣିପୁର ପୋଲିସ ଆଜି ଜଣଙ୍କୁ ହେପାଜତକୁ ନେଇଥିଲା । ରିପୋର୍ଟ ଅନୁସାରେ, ଗିରଫ ୪୪ଙ୍କ ମଧ୍ୟରେ ୩୨ ଜଣ ମିଆଁମାରର ନାଗରିକ ରହିଥିଲେ । ଏମାନେ ଦିନକ ତଳେ ମୋରେହ ଅଞ୍ଚଳରେ ପୋଲିସ ଅଧିକାରୀଙ୍କୁ ହତ୍ୟା ଓ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି ।

ପ୍ରଥମେ ୧୯୯୭ରେ ତେଜିଥିଲା ମରାଠା ସଂରକ୍ଷଣ ଦାବି, ପୁଣି ଏବେ ଜଳୁଛି ମହାରାଷ୍ଟ୍ର

ମଙ୍ଗଳବାର ମଣିପୁରରେ ୨ଟି ଗୁଳିମାଡ଼ ହୋଇଥିଲା । ପ୍ରଥମ ମାମଲା ମୋରେହ ଅଞ୍ଚଳରେ ହୋଇଥିବା ବେଳେ ପୋଲିସ ଅଧିକାରୀ ଚିଙ୍ଗଥାମ ଆନନ୍ଦ କୁମାରଙ୍କ ଜୀବନ ଯାଇଥିଲା । ଏହା ପରେ ପୋଲିସ ଉପରେ ବି ଆକ୍ରମଣ ହୋଇଥିଲା । ଆକ୍ରମଣରେ ଅନ୍ୟ ୩ ଜଣ ପୋଲିସ ଆହତ ହୋଇଥିଲେ ।

ଏହି ୨ ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ସହ ପଚରାଉଚରା ପାଇଁ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରି ନେଇଥିଲା । ମଣିପୁରରେ ସଂରକ୍ଷଣକୁ ନେଇ ମେ ୩ରେ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଉକ୍ତ ହିଂସାରେ ଏବେ ସୁଦ୍ଧା ୧୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । 

ଇସ୍ରାଏଲରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ଆମେରିକାର ସହଯୋଗୀ ଜୋର୍ଡାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.