ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଜେଲ୍ କର୍ତ୍ତୃପକ୍ଷଙ୍କ ସାମାନ୍ୟ ଭୁଲ୍ ପାଇଁ ୩ ବର୍ଷ ଅଧିକ ସଜ୍ଜା ଭୋଗିଲେ ବ୍ୟକ୍ତି

ନୂଆଦିଲ୍ଲୀ୨୭/୦୯: ଦେଶରେ ଅନେକ ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଗଡ଼ୁଛି । କିଛି ମାମଲାର ରାୟ ପ୍ରକାଶ ବେଳକୁ ଅଭିଯୁକ୍ତର ମୃତ୍ୟୁ ହେଇ ଯାଉଥିବା ବେଳେ ଆଉ କେଉଁଠି ପୀଡ଼ିତ ବି ଆଖି ବୁଜି ଦେଉଛି । ଆଉ କୌଣସି ମାମଲାରେ କାହାକୁ କୋର୍ଟରେ ବେଲ୍ ମିଳିବା ପରେ ପ୍ରାୟ ୨୪ ଘଣ୍ଟାରେ ଜେଲରୁ ବାହାରିଥାନ୍ତି । କିନ୍ତୁ ଗୁଜରାଟରେ ଜଣେ ବ୍ୟକ୍ତି ବେଲ୍ ପାଇବାର ୩ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ।

ଯେଉଁଥିପାଇଁ ଗୁଜରାଟ ହାଇକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ଅର୍ଥ ରାଶି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣଙ୍କୁ ବେଲ୍ ମିଳିବା ପରେ ସେ ଆହୁରି ୩ ବର୍ଷ ଅଧିକ ସମୟ ଧରି ଜେଲରେ ରହିଥିଲେ । ଆଉ ଯାହାର କାରଣ ଥିଲା ବେଲ୍ ଇମେଲ୍ ନ ଖୋଲିବା ।

ଦାଢ଼ି କାଟୁଥିବା ବେଳେ ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ; ବଜାର ବନ୍ଦ, ହାଇଓ୍ବେ ଅବରୋଧ କଲେ ସମର୍ଥକ

ଗୁଜରାଟ ହାଇକୋର୍ଟରେ ଜେଲ୍ କର୍ତ୍ତୃପକ୍ଷ ରଖିଥିବା ପକ୍ଷ ଅନୁସାରେ, ବେଲ୍ ଅର୍ଡର ଇମେଲରେ ଥିବା ଆଟାଚମେଣ୍ଟଟି ଖୋଲି ନଥିଲା । ୨୦୨୦ରେ ବେଲ୍ ସମ୍ପର୍କି ମେଲଟି ପଠାଇଥିଲେ ହାଇକୋର୍ଟର ରେଜିଷ୍ଟ୍ରାର । ତଥାପି ଆଟାଚମେଣ୍ଟ ଖୋଲିବା ଓ ବେଲରେ ବାହାରିବା ପାଇଁ ୩ ବର୍ଷ ସମୟ ଲାଗିଗଲା ।

୨୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ଶୁଣାଣି ବେଳେ କୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖି ବେଲ୍ ପ୍ରଦାନ କରିଥିଲେ । କିନ୍ତୁ ବେଲ୍ ମିଳିବା ପରେ ବି ଜେଲ୍ କର୍ତ୍ତୃପକ୍ଷ ପଦକ୍ଷେପ ନ ନେବାରୁ ବ୍ୟକ୍ତି ଜଣଙ୍କ ଅଧିକ ୩ ବର୍ଷ ଜେଲରେ ରହିଥିଲେ । 

ମଣିପୁର ପୁଣି ଅଶାନ୍ତ: ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ

ଯାହାକୁ ନେଇ ହାଇକୋର୍ଟ କହିଛନ୍ତି, ଆବେଦନକାରୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲେ ସେ ସ୍ୱାଧୀନତା ଉପଭୋଗ କରି ପାରିଥାନ୍ତେ । ଜେଲ୍ କର୍ତ୍ତୃପକ୍ଷ ଧ୍ୟାନ ନ ଦେବାରୁ ତାଙ୍କୁ ଅଧିକ ସମୟ ଜେଲରେ ରହିବାକୁ ପଡ଼ିଲା । ସେତେବେଳେ ଚାହିଁଥିଲେ ଜେଲ୍ କର୍ତ୍ତୃପକ୍ଷ, ରେଜିଷ୍ଟ୍ରିଙ୍କୁ ଯୋଗାଯୋଗ କରି ପାରିଥାନ୍ତେ ବୋଲି କୋର୍ଟ କହିଛନ୍ତି । 

  • High Court
  • Gujarat
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.