ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ , ତେଲଙ୍ଗାନାରୁ ଛାତ୍ରଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ, ୦୪/୧୧: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମାମଲାରେ ପୋଲିସ ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିଛି । ଧମକପୂର୍ଣ୍ଣ ଇମେଲ୍ ପଠାଇବା ମାମଲାରେ ମୁମ୍ବାଇ ପୋଲିସ ତେଲଙ୍ଗାନାରୁ ଜଣେ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଉଛନ୍ତି ଗଣେଶ ରମେଶ । ସେ ପରିଚୟ ଲୁଚାଇ ଭନ୍ନ ନାଁରେ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲେ ।

ଅଭିଯୋଗ ଅନୁସାରେ, ଶାଦବ ଖାନ ନାଁରେ ଗଣେଶ ଇମେଲ୍ ପଠାଇଥିଲା । ପ୍ରଥମ ଇମେଲରେ ସେ ୨୦ କୋଟି ଟଙ୍କା ଦାବି କରିଥିଲା । ପରେ ମାଗିଥିଲା ୪୦୦ କୋଟି ଟଙ୍କା । ଏଭଳି ଶହ ଶହ କୋଟି ଦାବି କରି ୫ରୁ ୬ଟି ଇମେଲ୍ ପଠାଇଥିଲା । ଏଥିପାଇଁ ଅଭିଯୁକ୍ତ ଭିପିଏନର ବ୍ୟବହାର ମଧ୍ୟ କରିଥିଲା ।

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସନ୍ଧ୍ୟା ୬ଟା ୨୦ ଯାଏ ଘଡ଼ଘଡ଼ି ବର୍ଷା ପାଇଁ ସତର୍କତା

ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଅଫିସିଆଲ୍ ଇମେଲ୍ ଆଇଡିକୁ ଅକ୍ଟୋବର ୨୭ ତାରିଖରେ ଆସିଥିଲା ପ୍ରଥମ ଧମକପୂର୍ଣ୍ଣ ଇମେଲ୍ । ଧମକ ଦେଇଥିବା ଯୁବକ ଲେଖିଥିଲେ, ୨୦ କୋଟି ନଦେଲେ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବି । ତା ପରଦିନ ଅକ୍ଟୋବର ୨୮ରେ ଆଉ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ଆଉ ଉକ୍ତ ଇମେଲରେ ଯୁବକ ସିଧା ୨୦୦ କୋଟି ମାଗିଥିଲେ । 

ଦ୍ୱିତୀୟ ମେଲର ତିନିଦିନ ପରେ ଅକ୍ଟୋବର ୩୦ରେ ଯୁବକ ତୃତୀୟ ମେଲ୍ ପଠାଇବା ସହ ୪୦୦ କୋଟି ଟଙ୍କା ମାଗିଥିଲେ । ଲଗାତାର ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିବା ବଢ଼ିବା ସହ ପୋଲିସର ଚିନ୍ତା ବଢ଼ିଥିଲା । ତେବେ ଏହା ପ୍ରଥମ ମାମଲା ନୁହେଁ ଯେଉଁଠି କୌଣସି ଶିଳ୍ପପତିଙ୍କୁ ହତ୍ୟା ଧମକ ଦେଇ ଦୁର୍ବୃତ୍ତ ଟଙ୍କା ମାଗିଛନ୍ତି । 

ଲେଡିଜ୍ ହଷ୍ଟେଲ୍‌ରେ ଚାଞ୍ଚଲ୍ୟକର ଘଟଣା : ରାତିରେ ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି କାଟି ଦେଲେ

ଏକାଧିକ ଧମକପୂର୍ଣ୍ଣ ଇମେଲ୍ ଓ ବାରମ୍ବାର ଅଧିକ ଟଙ୍କା ମାଗିବା ପରେ ମୁମ୍ବାଇ ପୋଲିସ ତଦନ୍ତକୁ ବଢ଼ାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଇମେଲ୍ ପଠାଇଥିବା ବ୍ୟକ୍ତି ଜଣଙ୍କ ଶାଦବ ଖାନ ଏବଂ ଇମେଲ୍ ୟୁରୋପର ବେଲଜିୟମରୁ ପଠାଯାଇଛି । ଶନିବାର ପୋଲିସ ଏସବୁ ଉପରୁ ପରଦା ଉଠାଇବା ସହ ତେଲଙ୍ଗାନାରୁ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଅନ୍ୟପଟେ ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗୁଜରାଟରୁ ଅନ୍ୟ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗୁଜରାଟର ଗାନ୍ଧୀନଗରରୁ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି । ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ୍ ମାମଲାରେ ଏବେ ସୁଦ୍ଧା ୨ ଜଣ ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.