ପ୍ରମୂଖ ଖବର

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ, ସିସିଟିଭି ହାର୍ଡ ଡିସ୍କ ଓ ସିକ୍ୟୁରିଟି ବନ୍ଧୁକ ନେଇଗଲେ ଦୁର୍ବୃତ୍ତ

କରଞ୍ଜିଆ,୫।୨ :  ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ପଣ୍ଡ ହୋଇଛି।  ଗ୍ୟାସ୍ କଟର୍ ସାହାଯ୍ୟରେ ଝରକା ଗ୍ରିଲ କାଟି ବ୍ୟାଙ୍କ୍ ଭିତରକୁ ଦୁର୍ବୃତ୍ତ ପଶି ଲକର୍ କାଟିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ।  ଚୋର ମାନେ  ବ୍ୟାଙ୍କ ଭିତରେ ଥିବା ସିସିଟିଭି ହାର୍ଡ ଡିସ୍କ ଓ ସିକ୍ୟୁରିଟି ବନ୍ଧୁକ ନେଇଯାଇଥିଲେ। 

ସୋମବାର  ବ୍ୟାଙ୍କ୍ ଖୋଲିବା ପରେ ଝରକା ଗ୍ରୀଲ କଟାଯାଇଥିବା ବ୍ୟାଙ୍କ କର୍ମଚାରୀ ଦେଖିବାକୁ ପାଇଥିଲେ। ଏ ନେଇ ଯଶୀପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଘଟଣାର  ତଦନ୍ତ କରୁଛି। ରବିବାର ବିଳମ୍ବିତ ରାତିରେ ଏହି ଚୋରି ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.