ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

‘ଆମ ପାଖରେ ୩ ଜିଲ୍ଲା, ୧୦ ବିଧାୟକ, ଗଢ଼ିବୁ ଅଲଗା ସରକାର’ କେନ୍ଦ୍ର ସରକାରଙ୍କୁ କୁକି ସମ୍ପ୍ରଦାୟର ଅଲ୍ଟିମେଟମ୍

ଇମ୍ଫାଲ୍, ୧୭/୧୧: ମେ ୨ରେ ମଣିପୁରରେ ଆରମ୍ଭ ହୋଇଥିବା ଜାତୀୟ ହିଂସା ଏବେ ନୂଆ ବିବାଦ ଛିଡ଼ା କରିଛି । କୁକି ସମ୍ପ୍ରଦାୟର ସବୁଠୁ ବଡ଼ ସଂଗଠନ ଇଣ୍ଡିଜେନସ୍ ଟ୍ରାଇବାଲ୍ ଲିଡର୍ସ ଫୋରମ୍ (ITLF) ଅଲଗା ସରକାର ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛି ।

ITLF ଚେତାବନୀ ଦେଇ କହିଛି, ଅଲଗା ପ୍ରଶାସନ ନଦେଲେ ୨ ସପ୍ତାହ ପରେ ଚୁରାଚାନ୍ଦପୁର, କାଙ୍ଗପୋକ୍ପି ଓ ଟାଙ୍ଗନାଉପୋଲ ଜିଲ୍ଲାରେ ଏକ ସମାନ୍ତରଳ ପ୍ରଶାସନ ଗଠନ କରିବେ । ଏଠାରେ ମଣିପୁର ସରକାରଙ୍କ ଦଖଲ ଚଳିବ ନାହିଁ । ଦିନକ ତଳେ ITLF ଚୁରାଚାନ୍ଦପୁରରେ ଏକ ବଡ଼ ରାଲି କରି ଏହାର ସଂକେତ ଦେଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମିଧିଲି', ବାଂଲାଦେଶ ଉପକୂଳ ମୁହାଁ ହେବ: ଓଡ଼ିଶା ଉପରେ ପଡିବନି ପ୍ରଭାବ

ସଂଗଠନର ସାଧାରଣ ସମ୍ପାଦକ ମୁଆନ୍ ଟୋମ୍ବିଙ୍ଗ୍ କହିଛନ୍ତି, ଏହା ସମ୍ଭବ । ଏବେର ବୀରେନ୍ ସିଂହ ସରକାରରେ ୨ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୧୦ ଜଣ କୁକି ବିଧାୟକ ରହିଛନ୍ତି । ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଜେପିର । ସେ ଆହୁରି କହିଛନ୍ତି, ଇମ୍ଫାଲ୍ ଘାଟିରେ ମୁତୟନ ରହିଥିବା ୧୦ ବଡ଼ ଅଧିକାରୀଙ୍କ ସମେତ ରାଜ୍ୟସ୍ତରର କୁକି ଅଧିକାରୀ ଏବେ ଆମ ଅଞ୍ଚଳରେ ଅଛନ୍ତି । 

ଟୋମ୍ବିଙ୍ଗ୍ କହିଛନ୍ତି, ଆମେ ନୂଆ ସରକାର ଗଠନ କଲେ ତାହା ଭାରତର ସମ୍ବିଧାନ ଅନୁସାରେ ହେବ । ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ସମୁଦାୟରୁ ହେବେ । ତେବେ ମଣିପୁର ସରକାର ଗୁରୁବାର ITLFର ବୟାନକୁ ଅଗ୍ରାହ୍ୟ କରି କହିଥିଲେ ଶୀଘ୍ର ହିଁ କୁକି ସମ୍ପ୍ରଦାୟ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ।

ଗାଜାର ଅଲ୍-ଶିଫା ହସ୍ପିଟାଲରେ ହମାସର ଟନେଲ୍ ଠାବ କଲା ଇସ୍ରାଏଲ୍

ଟୋମ୍ବିଙ୍ଗଙ୍କ ଅନୁସାରେ, ଅଗଷ୍ଟରେ ଗୃହମନ୍ତ୍ରୀଙ୍କୁ ଆମେ ମୁଖ୍ୟ ଶାସନ ସଚିବ ଓ ଡିଜିପି ମାଗିଥିଲୁ । ନଭେମ୍ବର ୨ରେ ITLF ଓ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କ ବୈଠକ ହୋଇଥିଲା । ସେତେବେଳେ ବି ଆମେ ଏହି ଦାବି ରଖିଥିଲୁ । ତେବେ ଆଲୋଚନା ପରେ ବି ଆମ ଦାବିକୁ ଅଣଦେଖା କରାଯାଇଛି । ତେଣୁ ଇମ୍ଫାଲ୍ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହୁଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.