ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ

ଭୋପାଳ, ୦୩/୧୨: ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଆଜି ନିର୍ବାଚଳ ଫଳ ଆସିବ, ଗଣତି ଜାରି ରହିଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବହୁମତ ହେଉଛି ୧୧୬ । ପ୍ରାରମ୍ଭିକ ଟ୍ରେଣ୍ଡିରଂ ମଧ୍ୟପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କରୁଛି ।

ନିର୍ବାଚନ କମିଶନଙ୍କ ୱେବସାଇଟ୍ ତଥ୍ୟ ଆସନରେ ଦିନ ୧୦ଟା ୧୫ ସୁଦ୍ଧା ବିଜେପି ୧୩୩ ଆସନରେ ଆଗୁଆ ରହିଛି । କଂଗ୍ରେସ ୫୨ଟି ଆସନରେ ଆଗୁଆ ରହିଥିବା ବେଳେ ଗୋବର୍ଦ୍ଧନ ଗଣତନ୍ତ୍ର ପାର୍ଟି ୩ଟି ଆସନରେ ଆଗୁଆ ଚାଲିଛି ।

ଗଣତି ଆରମ୍ଭରୁ ରାଜସ୍ଥାନରେ କଡ଼ା ଟକ୍କର, ମଧ୍ୟପ୍ରଦେଶରେ ଆଗୁଆ ବିଜେପି, ତେଲଙ୍ଗାନା-ଛତିଶଗଡ଼ରେ କଂଗ୍ରେସର ପଲ୍ଲା ଭାରି

ଗଣତି ଆରମ୍ଭରୁ ବିଜେପି ଆଗୁଆ ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଭାରତ ମାତାର ଜୟ, ଜନତା ଜନାର୍ଦ୍ଦନଙ୍କ ଜୟ । ମୋର ବିଶ୍ୱାସ ରହିଛି ଜନତାଙ୍କ ଆଶୀର୍ବାଦରେ ପୁଣି ଥରେ ବିଜେପି ମଧ୍ୟପ୍ରଦେଶରେ ସରକାର ଗଢ଼ିବ । ବିଜେପିର ସମସ୍ତ ପ୍ରାର୍ଥୀଙ୍କ ଶୁଭ କାମନା ।

ସମୟ ବଢ଼ିବା ସହ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳରେ ବିଜେପି ଆଗକୁ ବଢ଼ୁଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାରାଦିତ୍ୟ ସିନ୍ଧିଆ । ସେ କହିଛନ୍ତି, ଲୋକଙ୍କ ଆଶୀର୍ବାଦ ଆମ ସହ ରହିଛି । ଆମେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.