ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ୍ ହେଲା ଝାରସୁଗୁଡ଼ା-ସମ୍ବଲପୁର ମେମୁ, ସମସ୍ତ ଯାତ୍ରୀ ସୁରକ୍ଷିତ

ସମ୍ବଲପୁର, ୦୮/୧୧: ସରଲା-ସମ୍ବଲପୁର ସେକ୍ସନରେ ଟ୍ରାକରୁ ଖସିଛି ଟ୍ରେନ୍ । ଝାରସୁଗୁଡ଼ା-ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶିଆଲ୍ (୦୮୧୬୯) ଲାଇନଚ୍ୟୁତ୍ ହୋଇଛି । ମେମୁ ଟ୍ରେନଟି ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଆସୁଥିବା ବେଳେ ହଠାତ୍ ଗାଈ ରେଳ ଧାରଣା ଉପରକୁ ଚାଲି ଆସିଥିଲା ।

ଅଷ୍ଟ୍ରେଲିଆରେ ୫ ଭାରତୀୟଙ୍କ ମୃତ୍ୟୁ, ଆଉଟଡୋର୍ ପବକୁ ଡିନର୍ ପାଇଁ ଯାଇଥିଲେ…

ଫଳରେ ମେମୁ ଟ୍ରେନର ଗୋଟିଏ କୋଚ୍ ଟ୍ରାକରୁ ବାହାରି ଯାଇଛି । ଏହି ଅଘଟଣ ବୁଧବାର ସନ୍ଧ୍ୟା ୬ଟା ୨୫ରେ ଘଟିଛି । ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନର ନମ୍ବର କୋଚର ୪ଟି ଚକ ରେଳ ଧାରଣାରୁ ଖସି ଆସିଛି । ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି । ତେବେ ଦୁର୍ଘଟଣା ଘଟିଥିବା ଟ୍ରାକରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୨ ଘଣ୍ଟା ମଧ୍ୟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଲବାଇ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.