ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଶିକାର କରି ଖାଇଗଲେ କଲରାପତରିଆ ମାଂସ, ରନ୍ଧା ମାଂସ ଜବତ କରିବା ସହ ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ

ନାକଟିଦେଉଳ, ୨୮/୦୮ : ବାଘଠୁ ହିଂସ୍ର ମଣିଷ! ଖାଇଗଲେ କଲରାପତରିଆ ମାଂସ । ବନ୍ଧୁକ ଓ ଜାଲରେ ଶିକାର କରି ଭୋଜିଭାତର ଆସର କରିଥିଲେ । କଲରାପତରିଆକୁ ମାରି ତା’ ମାଂସ ରାନ୍ଧୁଥିଲେ । ହେଲେ ବନ ବିଭାଗ ଖବର ପାଇ ଅଚାନକ ଚଢ଼ଉ କରିଥିଲା । ରୋଷେଇ କରୁଥିବା ୩ ଜଣ ଶିକାରୀକୁ ହାବୁଡି ଧରିଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଅନ୍ୟ ପଶୁପକ୍ଷୀଙ୍କ ମାଂସ ଖାଇବା ସାଧାରଣ ଘଟଣା ହୋଇଥିଲେ ମଧ୍ୟ କଲରାପତରିଆ ଖାଇବା ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜରେ । 

ସୋମବାର ରାତିରେ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ କଲରାପତରିଆ ଶିକାର କରି ମାଂସ ରୋଷେଇ ହେଉଥିବା ବନବିଭାଗ ଖବର ପାଇଥିଲା । ରାତି ପ୍ରାୟ ୧୧ଟା ବେଳେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତ ହେଲେ ପବିତ୍ର ମହାନନ୍ଦ, ପ୍ରଫୁଲ୍ଲ ବାର୍ଲା ଏବଂ କୁଆଁର ଟପ୍ପୋ । ଏ ନେଇ ରେଢ଼ାଖୋଲ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରୁ ରନ୍ଧା ମାଂସ, କଟା ମୁଣ୍ଡ, ଖପୁରୀ, ଗୋଡ଼, ଲାଞ୍ଜ, ଚମଡ଼ା ସହ ଶରୀରର ଅନ୍ୟ ଅଂଶ ଜବତ ହୋଇଛି । ଏହାସହ ସମ୍ବର ଶିଙ୍ଗ, ୫ଟି ଟାଙ୍ଗିଆ ଏବଂ ଦେଶୀ ବନ୍ଧୁକ ଜବତ କରାଯାଇଛି । ବନ ବିଭାଗ ଚଢ଼ଉ ସମୟରେ କଲରାପତରିଆର ମାଂସକୁ ଏକ କଢ଼େଇରେ ରୋଷେଇ କରାଯାଉଥିଲା । ଯାହାକୁ ଦେଖି ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ହୋସ୍‌ ଉଡିଯାଇଥିଲା । ପୂର୍ବରୁ ସମ୍ବର, କୁଟୁରା, ବାର୍‌ହା, ଠେକୁଆ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦେଖିବାକୁ ମିଳୁଥିଲା । ହେଲେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । 

ରେଢ଼ାଖୋଲ ବନଖଣ୍ଡରେ ଗତ ୬ ମାସ ମଧ୍ୟରେ କଲରାପତରିଆ ଶିକାର କରିବା ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଗତ ମେ’ ମାସରେ ନାକଟିଦେଉଳ ବନାଞ୍ଚଳର ପେଣ୍ଠବାହାଳ ନିକଟ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ଶିକାର ହୋଇଥିଲା । ବର୍ଷେ ପୂର୍ବରୁ ନାକଟିଦେଉଳ ରେଞ୍ଜ୍‌ ନାକଟିଦେଉଳ-ରେଢାଖୋଲ ରାସ୍ତାର ଚମ୍ପାଳୀ ପୋଲ ନିକଟରୁ ଏସଟିଏଫ୍‌ ଟିମ୍‌ କଲରାପତିଆର ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା । ପ୍ରାୟ ୨ ବର୍ଷ ପୂର୍ବରୁ ଗିରିଶ୍ଚନ୍ଦ୍ରପୁର ରେଞ୍ଜ୍‌ କିସିଣ୍ଡା ରେଢାଖୋଲ ରାସ୍ତାର ପାଣିମୋରା ଆଉ ଏକ କଲରାପତରିଆ ଚମଡ଼ା ଜବତ କରିଥିଲା ବନ ବିଭାଗ । ଏବେ ପୁଣି ଏହି ରେଞ୍ଜ୍‌ରେ କଲରାପତରିଆର ଶିକାର ହୋଇଛି । ସମ୍ବଲପୁର, ରେଢ଼ାଖୋଲ ଏବଂ ବାମରା ବନ୍ୟପ୍ରାଣୀ ବନଖଣ୍ଡର ସୀମା ଏକାଠି ଲାଗିଛି । ତେଣୁ ବନ୍ୟଜନ୍ତୁ ନିର୍ଭୟରେ ଗୋଟିଏରୁ ଅନ୍ୟ ବନଖଣ୍ଡକୁ ଯାତାୟାତ କରିଥାନ୍ତି । ହେଲେ ରେଢ଼ାଖୋଲ ବନଖଣ୍ଡ ଏବେ ଶିକାରୀଙ୍କ ସ୍ୱର୍ଗ ପାଲଟିଛି । ରେଢ଼ାଖୋଲ ବନଖଣ୍ଡର ସମସ୍ତ ୬ଟି ରେଞ୍ଜ(ନାକଟିଦେଉଳ, ଗିରିଶ୍ଚନ୍ଦ୍ରପୁର, ବଡମାଳ, ଚାରମାଳ, ରେଢ଼ାଖୋଲ, ବଡବାହାଳ) ଓ ସମ୍ବଲପୁର ବନଖଣ୍ଡର ଯୁଯୁମୁରା ବନାଞ୍ଚଳରେ ଅବାଧ ବନ୍ୟଜନ୍ତୁଙ୍କ ଶିକାର ହେଉଛି । ଏହି ୭ଟି ବନାଞ୍ଚଳରେ ନିୟମିତ ଭାବେ ଜନ୍ତୁ ଶିକାର କରାଯାଉଛି । ବନ ବିଭାଗର ନିଷ୍କ୍ରିୟତା ପାଇଁ ଅବାଧ ଶିକାର ହେଉଥିବା ଅଭିଯୋଗ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.