ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ଆଉ ୬ ଗେଟ୍‌, ସେକେଣ୍ଡ ପ୍ରତି ୧ଲକ୍ଷ ୩୦ହଜାର ୬୨୧କ୍ୟୁସେକ ଜଳ କରୁଛି ପ୍ରବେଶ

ସମ୍ବଲପୁର,୨୩/୦୮: ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୬ଟି ଗେଟ୍‌ । ଗୁରୁବାର ଏହି ୬ଟି ଗେଟ୍‌ ଖୋଲାଯାଇଛି । ଲଗାଣ ବର୍ଷା କାରଣକୁ ଉପରମୁଣ୍ଡରେ ଜଳ ପ୍ରବେଶ ଏବଂ ଜଳସ୍ତର ବଢିଛି । ଏହି କାରଣରୁ ଜଳ ଭଣ୍ଡାର କର୍ତ୍ତୃପକ୍ଷ ଆଉ ୬ଟି ଗେଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।  ତେବେ ଶୁକ୍ରବାର ଜଳଭଣ୍ଡାର ଇନଫ୍ଲୋ ଓ ଆଉଟଫ୍ଲୋ ସମାନ ରହିଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୩୦ ହଜାର ୬୨୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାର ଜଳ ସ୍ତର ବୃଦ୍ଧି ପାଇ ୬୨୦.୮୩ ଫୁଟରେ ପହଞ୍ଚିଛି । 

ତେବେ ଅଗଷ୍ଟ ୯ ତାରିଖରେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଥିଲା । ପରେ ଅଗଷ୍ଟ ୨୨ ତାରିଖ ଅର୍ଥାତ ଗୁରୁବାରରେ ଆଉ ୬ଟି ଗେଟ୍‌ ଖୋଲାଯାଇଛି । ତେବେ ବର୍ତ୍ତମାନ ମୋଟ୍‌ ୨୦ ଟି ଗେଟ୍‌ ଦେଇ ବନ୍ୟା ଜଳ ନିସ୍କାଷିତ ହେଉଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.