ପ୍ରମୂଖ ଖବର
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଭାରତ ଓ ଆମେରିକା ମିଳିତ ଭାବେ ନିର୍ମାଣ କରିବେ ଯୁଦ୍ଧ ବାହାନ, ଚୀନକୁ କାଉଣ୍ଟର ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ୧୧/୧୧: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସଶକ୍ତ ହେବ ଭାରତ । ସାଥ୍ ଦେବ ଆମେରିକା । ଭାରତ ଗସ୍ତ ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍ । ଭାରତ ଓ ଆମେରିକା ମିଳିତ ଭାବେ ଯୁଦ୍ଧ ବାହାନ ନିର୍ମାଣ କରିବେ । କୁହାଯାଉଛି ଏହି ଯୁଦ୍ଧ ବାହାନ ଚୀନର ବଢ଼ୁଥିବା ସୈନ୍ୟ ଶକ୍ତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ହେବ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍ ଭାରତର ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଶିଳ୍ପ ସହଯୋଗ ଚୁକ୍ତି ଅନୁସାରେ ଯୁଦ୍ଧ ବାହାନ ନିର୍ମାଣ କରାଯିବ । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଯୁଦ୍ଧ ବାହାନ ଦ୍ୱାରା ଯବାନଙ୍କୁ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ଯିବା ଲାଗି ସୁବିଧା ହେବ ।

ଜମି ବଦଳରେ ଚାକିରି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ଲାଲୁଙ୍କ ଘନିଷ୍ଠ ଅମିତ୍ ଗିରଫ

ଭାରତୀୟ ସେନାଙ୍କୁ ଏହି ଯୁଦ୍ଧ ବାହାନ ମିଳିଲେ ଚୀନ ସୀମା ଏଲଏସି ଉପରେ ସେନା ତୀକ୍ଷଣ ନଜର ରଖି ପାରିବ । ପାଟ୍ରୋଲିଂ ବି ଜୋରଦାର ହୋଇ ପାରିବ । ଏହାଛଡ଼ା ଆମେରିକା ଚାହୁଁଛି, ପ୍ରତିରକ୍ଷା କ୍ଷେତ୍ରରେ ଭାରତର ନିର୍ଭରତା ଋଷ ଉପରେ ହ୍ରାସ୍ ପାଉ । ଦୁଇ ଦେଶ ମଧ୍ୟରେ ଗୁଇନ୍ଦା ସୂଚନା ଓ ଟେକ୍ନୋଲୋଜି ଦେଣନେଣ ସହ କୂଟନୀତିଜ୍ଞ ସମ୍ପର୍କକୁ ମଜଭୁତ୍ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଏକାଧିକ ଯୁଦ୍ଧ ବାହାନ ଏଲଏସିରେ ଚୀନ ସୀମାରେ ମୁତୟନ ହେବ । ୨୦୨୦ରେ ଏଲଏସିର ଗଲୱାନ ଘାଟିରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷର ଯବାନ ସହିଦ ହୋଇଥିଲେ । ସେବେଠୁ ଏଲଏସିରେ ଉତ୍ତେଜନା ଲାଗି ରହିଛି । ଏଥିସହ ଆଉ କିଛି ଯୁଦ୍ଧ ବାହାନକୁ ପାକିସ୍ତାନ ସୀମାରେ ମୁତୟନ କରିବ ଭାରତ ।

ହସ୍ପିଟାଲକୁ ଢାଲ କରି ଲୁଚିଥିଲେ ହମାସ ଆତଙ୍କୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୨୨ ମୃତ

ନୂଆଦିଲ୍ଲୀ ସହ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଯୁଦ୍ଧ ବାହାନକୁ ମୁତୟନ କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏସବୁ ବାହାନରେ ମିସାଇଲ୍ ନିରୋଧୀ ପ୍ରଣାଳୀ ଲାଗିବ । ଏହା ସୀମା ସହ ସମ୍ବେଦନଶୀଳ ଅଞ୍ଚଳରେ ସ୍ଥିତି ଯାଞ୍ଚ ଲାଗି ମୁତୟନ କରାଯିବ ।

ଏହି ଯୁଦ୍ଧ ବାହାନ (ଷ୍ଟ୍ରାଇକର)କୁ ଜନରାଲ୍ ଡାୟନୋମିକ୍ସ ଲ୍ୟାଣ୍ଡ୍ ସିଷ୍ଟମ୍ପ୍ସ ଇଙ୍କ୍ କମ୍ପାନୀ ନିର୍ମାଣ କରିଛି । ଏହି ଯୁଦ୍ଧ ବାହାନ ଆମେରିକା ସେନା ପାଇଁ କୌଣସି ଅପରେସନ୍ ବେଳେ ବରଦାନ ଠାରୁ କମ୍ ନୁହେଁ । ଆମେରିକା ପାଖରେ ଏହାର ଏକାଧିକ ଭ୍ୟାରିଆଣ୍ଟ ରହିଛି । ଯାହାକି କୌଣସି ଅପରେସନ୍ ବେଳେ ସେନାକୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବ୍ୟବହାର କରାଯାଏ ।

ବିଶ୍ୱ ତୁଳନାରେ ଭାରତରେ ୩ ଗୁଣ ବଢ଼ିଛି ତାପମାତ୍ରା, ରେକର୍ଡ ଭାଙ୍ଗିଲା ତାତି

ଏଥିରେ ୩୦ ମିମିର ତୋପ ସଂଯୋଗ କରାଯାଇଛି । କମ୍ ଦୂରତାରେ ଉଡ଼ୁଥିବା ଶତ୍ରୁ ପକ୍ଷର ଯୁଦ୍ଧବିମାନକୁ ଧ୍ୱଂସ କରିବା ଲାଗି ଏହି ତୋପର ବ୍ୟବହାର କରାଯାଇ ପାରିବ । ଋଷ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ସହାୟତା ଲାଗି ଆମେରିକା ଏହି ଯୁଦ୍ଧ ବାହାନ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.