ପ୍ରମୂଖ ଖବର

ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଲଜ୍ଜା, ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଉଲଗ୍ନ କରି ଅସଦାରଣ ଅଭିଯୋଗ

ବାରଣାସୀ, ୦୩/୧୧: ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଆଇଆଇଟି କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଦ୍ୱିତୀୟ ବର୍ଷର ଆଇଆଇଟି ଛାତ୍ରୀଙ୍କୁ ୩ ଛାତ୍ର ବନ୍ଧୁକ ମୁନରେ ଅସଦାଚରଣ କରି ଉଲଗ୍ନ କରିବା ପରେ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । 

ଗୁରୁବାର ଛାତ୍ରଛାତ୍ରୀ ବିରୋଧ କରିଥିବା ବେଳେ ପ୍ରଦର୍ଶନ ୧୫ ଘଣ୍ଟା ଧରି ଚାଲିଥିଲା । ପୋଲିସ ଏତଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରତିଶ୍ରୁତି ଦେବା ପରେ ବି ଉତ୍ତେଜନା ଥମି ନାହିଁ । ଗୁରୁବାର ବିଳମ୍ବିତ ରାତିରେ ଛାତ୍ରଛାତ୍ରୀ, ଆଇଆଇଟି-ଭିଏଚୟୁ ନିର୍ଦ୍ଦେଶକ, ପୋଲିସ-ପ୍ରଶାସନର ବୈଠକ ପରେ ଆନ୍ଦୋଳନରତ ଛାତ୍ରୀ ୧୫ ଘଣ୍ଟା ପରେ ଧାରଣାରୁ ଓହରିଛନ୍ତି । ତେବେ ଅଭିଯୁକ୍ତଙ୍କୁ ସପ୍ତାହକ ମଧ୍ୟରେ ଧରିବାକୁ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି ଛାତ୍ରଛାତ୍ରୀ ।

ଦିଲ୍ଲୀ-NCRର ପବନରେ ବିଷ, ଶନିବାର ଯାଏଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ, ଅନଲାଇନରେ ପାଠପଢ଼ା

ପୀଡ଼ିତା ଦ୍ୱିତୀୟ ବର୍ଷର ଆଇଆଇଟି ଛାତ୍ରୀଙ୍କ କହିବା ଅନୁସାରେ, ସେ ନୂଆ ମହିଳା ହଷ୍ଟେଲରୁ ନଭେମ୍ବର ୨ର ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏରେ ଚାଲିବାକୁ ବାହାରି ଥିଲେ । ଅନ୍ୟ ଜଣେ ସାଥୀଙ୍କ ସହ କିଛି ଦୂର ଯିବା ପରେ ୩ ଜଣ ଅଜଣା ଯୁବକ ବୁଲେଟରେ କ୍ୟାମ୍ପସ୍ ଭିତରକୁ ଆସି ଛାତ୍ରୀଙ୍କୁ ଛାତ୍ରଙ୍କ ଠାରୁ ଜବରଦସ୍ତି ଅଲଗା କରି ଦେଇଥିଲେ ।

ଛାତ୍ରୀଙ୍କ ଅନୁସାରେ, ତାଙ୍କୁ ଅନ୍ୟତ୍ର ନେଇ ଡରାଇ, ଧମକାଇ ଥିଲେ । ବନ୍ଧୁକ ମୁନରେ ପୋଷାକ ଖୋଲିବା ସହ ଚୁମ୍ବନ କରିଥିଲେ । ଏତିକିରେ ସେମାନଙ୍କ ମନ ବୁଝି ନଥିଲା । ଏସବୁର ଭିଡିଓ ବି ରେକର୍ଡ କରିଥିଲେ ଅଭିଯୁକ୍ତ । ଏଭଳି ଭାବେ ୧୫ରୁ ୨୦ ମିନିଟ୍ ଧରି ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଛାତ୍ରୀଙ୍କ ଅଭିଯୋଗ ପ୍ରକାରେ ପୋଲିସ ମାମଲା ରୁଜୁ କରିଛି ।

ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ଲଭ, ସେକ୍ସ ଓ ଧୋକା ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.