ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦିଲ୍ଲୀରେ ପ୍ରବଳ ବର୍ଷା, ଜଳମଗ୍ନ ହେଲା ଏକାଧିକ ଅଞ୍ଚଳ

ନୂଆଦିଲ୍ଲୀ, ୧୦/୦୯: ଦିଲ୍ଲୀରେ ଜି୨୦ ସମ୍ମିଳନୀ ଚାଲିଥିବା ବେଳେ ପ୍ରଗତି ମୈଦାନ ସହ ଏକାଧିକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ଦିଲ୍ଲୀ-ଏନସିଆରରେ ହାଲୁକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବର୍ଷା ହେବ । ଗତ ୨୪ ଘଣ୍ଟାରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ଥିଲା ।

ଜି୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିବା ଭାରତ ମଣ୍ଡପମରେ ବି ପ୍ରବଳ ବର୍ଷା ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳ ପ୍ରବଳ ବର୍ଷା ପାଣିରେ ଭରି ଯାଇଛି । ଏବେ ବର୍ଷା ଜଳ ନିଷ୍କାସନ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । 

ଆସନ୍ତା ୧୩ରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୧୨ରୁ ଛେଚିବ ବର୍ଷା: ବର୍ଷା ସତ୍ତ୍ୱେ ନିଅଣ୍ଟିଆ ଭରଣା ହେଲାନି

ଦିଲ୍ଲୀର ସଫଦରଜଙ୍ଗ, ୟେରୋସିଟି, ରାଜଘାଟ, ବସନ୍ତ କୁଞ୍ଜ, ମୁର୍ଣ୍ଣିକା, ନରେଲା ଏବଂ ଅନ୍ୟ ଅଞ୍ଚଳରେ ରାତିରୁ ଆରମ୍ଭ ହୋଇଥିବା ବର୍ଷା ରବିବାର ସକାଳ ଯାଏ ଲାଗି ରହିଛି । ଆଜି ଦିଲ୍ଲୀ ଆକାଶକୁ ବାଦଲ ଢାଙ୍କିବା ସହ ହାଲୁକା ବର୍ଷା ହେବ । 

ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୪ରୁ ୫ ଦିନ ଯାଏ ଉତ୍ତରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଝାଡ଼ଖଣ୍ଡ ସମେତ ଅନ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡ଼ୁର ଭିନ୍ନ ଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା । 

G20 ଶିଖର ସମ୍ମିଳନୀର ଘୋଷଣାପତ୍ରକୁ ନେଇ ପ୍ରଶ୍ନ ଉଠାଇଲା ୟୁକ୍ରେନ୍, କହିଲା ‘ଗର୍ବ କରିବାର କିଛି ନାହିଁ’

  • Heavy Rainfall Alert
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.