ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ବିଦ୍ୟୁତ୍ ଆଘାତରେ ଗଲା ୪ ଜୀବନ, ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ବାପାମାଆଙ୍କ ସହ ଆଖି ବୁଜିଲେ ଭାଇଭଉଣୀ

ଜୟପୁର, ୧୦/୧୧: ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ପୂରା ପରିବାର ଶେଷ ହୋଇ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ସଲୁମ୍ବର ଜିଲ୍ଲାରେ । ବିଦ୍ୟୁତ୍ ଆଘାତରୁ ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ପ୍ରୟାସ କଲା ବେଳେ ଗୋଟିଏ ପରିବାରର ୪ ଜଣ ଆଖି ବୁଜିଛନ୍ତି । 

ପ୍ରଥମେ ପରିବାରର ମୁଖିଆ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ସ୍ୱାମୀଙ୍କୁ ବିଦ୍ୟୁତ୍ ଆଘାତରୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ ପତ୍ନୀ । କିନ୍ତୁ ସେ ବିଦ୍ୟୁତ୍ ଝଟକା ଖାଇଥିଲେ । ଏହା ପରେ ବାପାମାଆଙ୍କୁ ବଞ୍ଚାଇବା ଲାଗି ଦୌଡ଼ି ଆସିଥିଲେ ୨ ଛୁଆ । କିନ୍ତୁ ୨ ଛୁଆ ବି ବାପାମାଆଙ୍କ ସହ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ । ୪ ଜଣଙ୍କ ମୃତ୍ୟୁ ହୋଇଛି ।

ବର୍ଷା ପରେ ଦୀପାବଳିରେ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ୪୦୦ରୁ ୧୦୦କୁ ଖସିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ

ସଲୁମ୍ବର ଜିଲ୍ଲାର ଢିକିୟା ଗାଁରେ ଏହି ଅଘଟଣ ଘଟିଛି । ୬୮ ବର୍ଷୀୟ ଓମକାର୍ ମୀନାଙ୍କ ଘର ଆଗରେ ଲୁହା ଗେଟ୍ ରହିଛି । ଗୁରୁବାର ଅଚାନକ ଲୁହା ଗେଟରେ ବିଦ୍ୟୁତ୍ ପ୍ରବାହିତ ହୋଇଥିଲା । ଫଳରେ ଓମକାର୍ ଗେଟରେ ଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ । ଓମକାରଙ୍କ ଚିତ୍କାର ଶୁଣି ପତ୍ନୀ ଭମ୍ବରୀ ମୀନା ବଞ୍ଚାଇବାକୁ ଆସି ସେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । 

ବାପାମାଆଙ୍କୁ ବିଦ୍ୟୁତ୍ ଝଟକା ଲାଗିଥିବା ଦେଖି ପୁଅ ଦେବୀଲାଲ୍ ଓ ଝିଅ ମଙ୍ଗି ବଞ୍ଚାଇବାକୁ ଦୌଡ଼ି ଆସିଥିଲେ । ହେଲେ ସେମାନେ ବି ବାପାମାଆଙ୍କ ସହ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ୪ ଜଣ ପ୍ରାଣ ହରାଇଛନ୍ତି । ସୂଚନା ପାଇ ପୋଲିସ ୪ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । 

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୧୫ରୁ ବର୍ଷା ସମ୍ଭାବନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.