ପ୍ରମୂଖ ଖବର

ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪୮ ଘଣ୍ଟାରେ ନେବ ବାତ୍ୟାର ରୂପ

ଭୁବନେଶ୍ଵର, ୨୯/୧୧ : ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତାକାଲି ସୁଦ୍ଧା ନେବ ଅବପାତର ରୂପ। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ତେବେ ଅବପାତ ରୂପ ନେବା ପରେ ଗତିପଥ ଆକଳନ କରାଯିବ। ଏପର୍ଯ୍ୟନ୍ତ ଓଡ଼ିଶା ଉପରେ ପ୍ରଭାବ ନେଇ ଆକଳନ ହୋଇନି। ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ।

ସୂଚନାନୁଯାୟୀ, ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାକୁ ଆଲର୍ଟ କଲେ ଏସଆରସି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା ୧ରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ୧ ପୂର୍ବରୁ ଫେରିବାକୁ କୁହାଯାଇଛି। 

ସମ୍ଭାବ୍ୟ ବର୍ଷାକୁ ଅଖିରେ ରଖି କୃଷକଙ୍କୁ ସତର୍କ କରିବାକୁ କୃଷି ସଚିବଙ୍କୁ ଆଲର୍ଟ ଜାରି କରାଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ପାଇଁ କୃଷି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଯେଉଁ ଧାନ ଗୁଡ଼ିକ କଟା ସରିଛି ତାକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଜାରି କରାଯାଇଛି। ଚାଷୀମାନେ ସତର୍କ ରୁହନ୍ତୁ। ଯାହା ପରାମର୍ଶ ଦିଆଯାଇଛି ତାକୁ ନେଇ ପଦକ୍ଷେପ ନିଅନ୍ତୁ। ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି କୃଷି ସଚିବ କହିଛନ୍ତି।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.