ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, କୋଣାର୍କ ଉତ୍ସବ ଓ ବାଲୁକା କଳାର ମଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର, ୧/୧୨: ପ୍ରାକୃତିକ ପରିବେଶରେ ପର୍ଯ୍ୟଟନର ଭରପୂର ମଜା ନେବେ ପର୍ଯ୍ୟଟକ । ସେଥିପାଇଁ ପୁଣି ଆସି ପହଞ୍ଚିଛି ଓଡ଼ିଶା ପର୍ଯ୍ୟଟନର ମନୋରଞ୍ଜନର ବିଶାଳ ଉତ୍ସବ - ଇକୋ ରିଟ୍ରିଟ୍‌ । ସବୁବର୍ଷ ପରି ଏଥର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇସାରିଥିବାବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ । ଆସନ୍ତାକାଲିଠୁ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି, ଭିତରକନିକା ଏବଂ ପତି ସୋନପୁରରେ ଇକୋ ରିଟ୍ରିଟ୍‌ ଗ୍ରାଣ୍ଡ୍‌ ଓପନିଂ ହେଉଛି । ଭର୍ଚୁଆଲ୍‌ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି । 

ବଡ଼କଥା ହେଲା, ଆଜିଠୁ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ସହିତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବ ।  ଏହି ୩ଟି ସ୍ଥାନରୁ ଭିତରକନିକା ଏବଂ ପତି ସୋନପୁରରେ ଡିସେମ୍ବର ୧ରୁ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ୩ ମାସ ଚାଲିବ । କୋଣାର୍କରେ ସାଢ଼େ ୩ ମାସ ଅର୍ଥାତ୍‌ ଡିସେମ୍ବର ୧ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଚାଲିବ । କୋଣାର୍କ ଇକୋ ରିଟ୍ରିଟ୍‌ରେ ୭୦ରୁ ଅଧିକ ଟେଣ୍ଟ ଲାଗିଛି । ୨୦ରୁ ଅଧିକ କାର୍ଯ୍ୟକ୍ରମ ରହିଛି । ପର୍ଯ୍ୟଟକଙ୍କ ରହଣୀ ଲାଗି ୪ଟି ଶୈଳୀର କଟେଜ୍‌ ବ୍ୟବସ୍ଥା ହୋଇଛି । ଗୋଟିଏ ରାତି ପାଇଁ ଡିଲକ୍ସ ସ୍ୱିସ୍‌ର ଦାମ୍‌ ୭,୭୦୦ ଟଙ୍କା, ପ୍ରିମିୟମ ସ୍ୱିସ୍‌ ୯,୩୫୦, ରୟାଲ ଲକ୍‌ଜୁରୀ ସ୍ୱିସ୍‌ ୧୩,୭୫୦ ଏବଂ ପ୍ରେସିଡେନ୍ସିଆଲ୍‌ ସୁଇଟ୍‌ ୨୯, ୭୦୦ ଟଙ୍କା ରହିଛି । ଭିତରକୁ ଚେକ୍‌ ଇନ୍‌ ଅପରାହ୍ନ ୧ଟା ଏବଂ ଚେକ୍‌ ଆଉଟ୍‌ ସମୟ ସକାଳ ୧୦ଟା ରହିଛି । 

ଭିତରକନିକା ଓ ପତି ସୋନପୁରରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ୨୫ଟି ଟେଣ୍ଟ ସହ ୧୨ରୁ ଅଧିକ କାର୍ଯ୍ୟକ୍ରମ ରହିଛି । ଏଠି ଦୁଇଟି ଶୈଳୀର କଟେଜ୍‌ ରହିଛି । ଗୋଟିଏ ରାତି ପାଇଁ ଡିଲକ୍ସ ସ୍ୱିସ୍‌ କଟେଜ୍‌ର ଦାମ୍‌ ୭ ହଜାର ଟଙ୍କା ଏବଂ ପ୍ରିମିୟମ ସ୍ୱିସ୍‌ କଟେଜ୍‌ର ଦାମ୍‌ ୮ ହଜାର ଟଙ୍କା ରହିଛି । ଚେକ୍‌ ଇନ୍‌ ମଧ୍ୟାହ୍ନ ୧୨ଟା ଏବଂ ଚେକ୍‌ ଆଉଟ୍‌ ସକାଳ ୧୦ଟା ରହିଛି । ପ୍ରତି କଟେଜ୍‌ରେ ୨ ଜଣ ରହିପାରିବେ । ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଉତ୍ସବ ଆୟୋଜିତ ହେଉଛି । ପୂର୍ବରୁ ନଭେମ୍ବର ୧ରେ ପ୍ରାଥମିକ ପର୍ଯ୍ୟାୟରେ ୪ଟି ସ୍ଥାନ ଯଥା³ ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡ଼ି, ପୁଟସିଲ୍‌ରେ ଏହି ଉତ୍ସବ ଆରମ୍ଭ ହୋଇସାରିଛି । ଏହିସବୁ ସ୍ଥାନରେ ନଭେମ୍ବର ୧ରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ୩ ମାସ ଚାଲିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.