ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଡିସେମ୍ବର ୬ରେ INDIA ବୈଠକରେ ସାମିଲ ହେବେନି ମମତା ବାନାର୍ଜୀ !

ନୂଆଦିଲ୍ଲୀ: ଡିସେମ୍ବର ୬ରେ ହେବାକୁ ଯାଉଥିବା ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯୋଗ ଦେବେ ନାହିଁ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ବାରା ଡକାଯାଇଥିବା ଇଣ୍ଡିଆ ମେଣ୍ଟ ବୈଠକରେ ମମତା ସାମିଲ ହେବେ ନାହିଁ ବୋଲି ଚର୍ଚ୍ଚା ଜାରି ରହିଛି । ତେବେ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏନେଇ ସୂଚନା ମିଳିନଥିବା ଦଳ ପକ୍ଷରୁ କୁହାଯାଇଛି । ଡିସେମ୍ବର ୬ରେ ଉତ୍ତର ବଙ୍ଗରେ କାର୍ଯ୍ୟକ୍ରମ ଥିବାରୁ ମମତା ବୈଠକରେ ସାମିଲ ହୋଇପାରିବେ ନାହିଁ ବୋଲି ଟିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଂଗ୍ରେସ ପକ୍ଷରୁ ଡିସେମ୍ବର ୬ରେ ବିରୋଧୀ ମେଣ୍ଟ INDIAର ସହଯୋଗୀ ଦଳଙ୍କ ବୈଠକ ପାଇଁ କୁହାଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପିର ବିଜୟ ପରେ କଂଗ୍ରେସ ଏହି ବୈଠକ ଡାକିଛି । ଡିସେମ୍ବର ୩ (ରବିବାର)ରେ ୪ ରାଜ୍ୟର ନିର୍ବାଚନ ଫଳ ଘୋଷଣା ହେବା ପରେ କଂଗ୍ରେସକୁ ଝଟକା ଲାଗିଛି । କାରଣ ୩ଟି ପ୍ରମୁଖ ରାଜ୍ୟରେ ଦଳକୁ ନିରାଶ ହେବାକୁ ପଡ଼ିଛି । 

ଏହାକୁ ନଜରରେ ରଖି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳଗୁଡ଼ିକଙ୍କ ସହ ବୈଠକ କରିବା ଲାଗି ଫୋନ୍‌ରେ ଆଲୋଚନା କରିଥିଲେ । ଏଥିସହିତ ୪ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ଦେଇଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତେଲେଙ୍ଗାନାରେ ଦଳର ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ସେ ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ପରାଜୟ ସ୍ୱୀକାର କରିଥିବା ରାଜ୍ୟଗୁଡିକରେ କଂଗ୍ରେସକୁ ଭୋଟ ଦେଇଥିବା ଜନତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ଖଡ଼ଗେ।

ଖଡ଼ଗେ ଏକ୍ସରେ ଲେଖିଥିଲେ, ଏହି ନିର୍ବାଚନ ଫଳାଫଳ ଆମର ଆଶା ଅନୁଯାୟୀ ହୋଇନାହିଁ, କିନ୍ତୁ ଆମେ ନିଶ୍ଚିତ ଯେ କଠିନ ପରିଶ୍ରମ ଏବଂ ନିଷ୍ଠା ସହ ଆମେ ଅଧିକ ଶକ୍ତିଶାଳୀ ହୋଇ ଫେରିବୁ । ଏହା ସହ କଂଗ୍ରେସ ପାର୍ଟି ଏହି ୪ଟି ରାଜ୍ୟର ନିର୍ବାଚନରେ ସମ୍ପୂର୍ଣ୍ଣ ଶକ୍ତି ସହ ଭାଗ ନେଇଥିଲା ବୋଲି ଲେଖିବା ସହ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ପରାଜୟ ଦ୍ୱାରା ନିରାଶ ନହୋଇ, ଆମେ INDIA ଦଳଗୁଡ଼ିକ ସହ ମିଶି ଦୁଇଗଣ ଉତ୍ସାହର ସହ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ ବୋଲି ଜଣାଇଥିଲେ ମଲ୍ଲିକାର୍ଜୁନ ଖଡ଼ଗେ ।

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.