ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚନ୍ଦ୍ରପୃଷ୍ଠରେ ବିଯୁକ୍ତ ୨୩୮ ଡିଗ୍ରୀ ତାପମାତ୍ରା କେମିତି ସହିବ ରୋଭର ‘ପ୍ରଜ୍ଞାନ’ ?

ବେଙ୍ଗଲୁରୁ, ୦୩/୦୯: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣକୁ ୧୨ ଦିନ ବିତିଛି । ଏବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ହୋଇଥିବା ବେଳେ ଦିନକ ପରେ ରାତି ଆସିଯିବ । ଇସ୍ରୋ, ରୋଭର ପ୍ରଜ୍ଞାନକୁ ସ୍ଲିପ୍ ମୋଡରେ ରଖିଥିବା ବେଳେ ରାତି ଅନ୍ଧାରରେ ବିଶ୍ରାମ ନେବ । 

ତେବେ ଦେଖିବାର କଥା ରାତି ବିତିବା ସହ ୦ସୂର୍ଯ୍ୟୋଦୟ ହେଲେ ଲ୍ୟାଣ୍ଡର ଓ ରୋଭର ପୁଣି କିଭଳି କାର୍ଯ୍ୟ କରୁଛନ୍ତି । କାରଣ ଚନ୍ଦ୍ରର ରାତି ପୃଥିବୀ ଭଳି ନୁହେଁ । ସେଠାରେ ରାତି ପୃଥିବୀର ୧୪ ଦିନ ସହ ସମାନ । ଆଉ ଏହି ସମୟରେ ଜହ୍ନର ଦକ୍ଷିଣ ମେରୁର ତାପମାତ୍ରା ବିଯୁକ୍ତ ୨୩୮ ଡିଗ୍ରୀ ସେଲସିୟସ୍ ଯାଏ ଖସି ଯାଇଥାଏ ।

ସ୍ଲିପ୍‌ ମୋଡ୍‌ରେ ରୋଭର ପ୍ରଜ୍ଞାନ୍‌, ୧୪ ଦିନ ପରେ ପୁଣି ସକ୍ରିୟ ହେବା ନେଇ ଆଶା ରଖିଛି ଇସ୍ରୋ

ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଉଭୟ ସୂର୍ଯ୍ୟ କିରଣରେ ବ୍ୟାଟେରୀ ଚାର୍ଜ କରିଥାଆନ୍ତି । ଏଭଳି ସ୍ଥିତିରେ ଅନ୍ଧାରରେ ଉଭୟ କାମ କରି ପାରିବେ ନାହିଁ । ତେଣୁ ଅନ୍ଧାର ହେବା ପୂର୍ବରୁ ଲ୍ୟାଣ୍ଡର ଓ ରୋଭର ଟାସ୍କ ପୂରଣ କରିବା ସହ ବିଶ୍ରାମ ନେଉଛନ୍ତି ।

ଇସ୍ରୋର ସୂଚନା ଅନୁସାରେ, ରୋଭରରେ ଏପିଏକ୍ସଏସ୍ ଓ ଏଲ୍ଆଇବିଏସ୍ ପେଲୋଡ୍ସକୁ ବନ୍ଦ କରି ଦିଆଯାଇଛି । ଏଥିସହ ପ୍ରଜ୍ଞାନକୁ ସୁରକ୍ଷିତ ଭାବେ ପାର୍କ କରିବା ସହ ସ୍ଲିପ୍ ମୋଡରେ ରଖାଯାଇଛି । ଏଥିସହ ସମସ୍ତ ଡାଟାକୁ ଇସ୍ରୋ କର୍ତ୍ତୃପକ୍ଷ ହାସଲ କରିଛନ୍ତି । କାରଣ ରାତିର ଅନ୍ଧାରରେ କିଛି ଅଘଟଣ ଘଟିଲେ ଏବେ ଯାଏ ମିଳିଥିବା ତଥ୍ୟ ବେକାର ଯାଇଥାନ୍ତା ।

ଇସ୍ରୋ ସୂର୍ଯ୍ୟ ମିଶନ୍‌ର ଉଦ୍ଦେଶ୍ୟ କ’ଣ ? ଜାଣନ୍ତୁ...

ଚନ୍ଦ୍ରରେ ରାତି ପୃଥିବୀର ୧୪ ଦିନ ସହ ସମାନ । ଥରେ ଅନ୍ଧାର ହେଲେ ସୂର୍ଯ୍ୟୋଦୟ ପାଇଁ ୧୪ ଦିନ ଅପେକ୍ଷା କରିବାକୁ ପଡ଼ିବ । ଏହାବାଦ୍ ସେଠାରେ ଥଣ୍ଡା ଅତ୍ୟଧିକ । ତାପମାତ୍ରା ବିଯୁକ୍ତ ୨୩୮ ଡିଗ୍ରୀ ଯାଏ ଖସି ଯାଇଥାଏ । ସେଠାରେ ଭୂମିକମ୍ପ ଆସିବା ସହ ବାୟୁମଣ୍ଡଳ ନଥିବାରୁ ଉଲକା ପିଣ୍ଡ ଖସିଥାଏ । ଏଭଳି ଜଟିଳ ସ୍ଥିତିରେ ରୋଭର ଓ ଲ୍ୟାଣ୍ଡର ସୁରକ୍ଷିତ ରହିଲେ ହିଁ ସୂର୍ଯ୍ୟୋଦୟ ପରେ କାମ କରିବା ବଡ଼ କଥା ହେବ । 

ରୋଭର ସମ୍ପୂର୍ଣ୍ଣ ଚାର୍ଜ ହୋଇ ରହିଥିବା ଜଣାପଡ଼ିଛି । ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେଲେ ତାହା କାମ କରି ପାରିବ । ତେବେ କୌଣସି କାରଣରୁ ଉଭୟ କ୍ଷତିଗ୍ରସ୍ତ ହେଲେ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର କୌଣସି ଯୋଜନା ନଥିବା ଜଣାପଡ଼ିଛି ।

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

  • Chandrayaan-3
  • Moon
  • Pragyan Rover
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.