ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭିକ୍ଷାବୃତ୍ତି ମୁକ୍ତ ଭାରତ ଅଭିଯାନ: ୨୦୨୬ ସୁଦ୍ଧା ଦେଶର ୩୦ଟି ପର୍ଯ୍ୟଟନସ୍ଥଳୀକୁ ଭିକାରିମୁକ୍ତ କରିବାକୁ ଯୋଜନା, ୧୦ ପ୍ରାଚୀନ ସ୍ଥଳୀ ମଧ୍ୟରେ ସ୍ଥାନ ପାଇଛି କଟକ

ନୂଆଦିଲ୍ଲୀ,୩୦/୦୧: କେନ୍ଦ୍ର ସରକାର ଆସନ୍ତା ୨୦୨୬ ସୁଦ୍ଧା ଦେଶର ୩୦ଟି  ପର୍ଯ୍ୟଟନସ୍ଥଳୀକୁ ଭିକାରିମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥିରେ  ଉତ୍ତରପ୍ରଦେଶରେ ଅଯୋଧ୍ୟା ଓ ମଧ୍ୟପ୍ରଦେଶର  ଉଜ୍ଜନୀ ଭଳି ୧୦ ଧାର୍ମିକ ସ୍ଥଳ ରହିଛି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ  ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏସବୁ ସ୍ଥଳରେ ଥିବା ଭିକାରିମାନଙ୍କୁ  ବିସ୍ଥାପିତ କରାଯିବ । ସେମାନଙ୍କୁ ରହିବା ଲାଗି ସ୍ଥାନ ଓ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯିବ । ଭିକାରିଙ୍କୁ ଚିହ୍ନଟ କରିବା ଲାଗି ଭିକ୍ଷାବୃତ୍ତି ମୁକ୍ତ ଭାରତ ଅଭିଯାନ ଅଧୀନରେ ସର୍ଭେ ଆରମ୍ଭ ହୋଇଯାଇଛି । ଏହାର ମନିଟରିଂ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଫେବ୍ରୁଆରୀ ମାସରେ ଏକ ଆପ୍‌ ଓ ପୋର୍ଟାଲ  ଆରମ୍ଭ ହେବ । ସେଥିରେ ଭିକ ମାଗୁଥିବା ଲୋକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ରଖାଯିବ । କାହାକୁ କେଉଁଠାରୁ ବିସ୍ଥାପିତ କରାଯାଉଛି ଓ କେଉଁଠାରେ ରହିବାର ବ୍ୟବସ୍ଥା କରାଯାଉଛି ସେକଥା ମଧ୍ୟ ଉଲ୍ଲେଖ ରହିବ । ଧାର୍ମିକ ମହତ୍ତ୍ୱ ଥିବା ୧୦ ସ୍ଥାନକୁ ପ୍ରଥମେ ଭିକାରୀମୁକ୍ତ କରାଯିବ । ଏଥିରେ ଅଯୋଧ୍ୟା ସମେତ ଉଜ୍ଜୈନୀ, ଓଁକାରେଶ୍ୱର, କାଙ୍ଗଡା, ସୋମନାଥ, ବୋଧଗୟା, ତ୍ରୈମ୍ବକେଶ୍ୱର,  ପାବଗଡ,ମଦୁରାଇ ଓ ଗୌହାଟୀ ରହିଛି । 

ସେହିଭଳି ଯେଉଁ ପର୍ଯ୍ୟଟନସ୍ଥଳୀକୁ ଭିକାରିମୁକ୍ତ କରାଯିବ ସେଥିମଧ୍ୟରେ  ରହିଛି ଜୈସାଲମେର, ତିରୁଅନନ୍ତପୁରମ, ବିଜୟୱାଡା, କୁଶୀନଗର, ସାଞ୍ଚି, କେଭାଡିଆ,  ଶ୍ରୀନଗର, ନାମସାଇ, ଖଜୁରାହୋ ଏବଂ  ପୁଡୁଚେରୀ । ଏଥିସହ ୱାରଙ୍ଗଲ, ତେଜପୁର,  କୋଝିକୋଡ, ଅମୃତସର, ଉଦୟପୁର, କଟକ, ଇନ୍ଦୋର, ମହୀଶୂର, ପଞ୍ଚକୁଳା,  ଶିମଲା ଭଳି ପ୍ରାଚୀନ ସ୍ଥଳ ମଧ୍ୟ ଭିକାରୀମୁକ୍ତ  ତାଲିକାରେ ରହିଛି । 

ଅଧିକାରୀଙ୍କ ସୂଚନା  ଅନୁସାରେ ସମସ୍ତ ୩୦ଟି ସ୍ଥାନରେ ଭିକାରି  ଚିହ୍ନଟ କାର୍ଯ୍ୟ ପାଇଁ ସମାନ ମାନଦଣ୍ଡ ପ୍ରସ୍ତୁତ  କରାଯିବ। ଭିକାରିମାନେ ଜୀବନଜୀବିକା  ପାଇଁ ଅନ୍ୟ କୌଣସି କର୍ମପନ୍ଥା ଚାହାନ୍ତି ନା  ଆଗକୁ ଭିକ ମାଗିବେ ସେକଥା ପଚରାଯିବ । ସେମାନଙ୍କ ପରିବାରରେ ଆଉ କେତେଜଣ  ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ତାହା ମଧ୍ୟ  ପଚରାଯିବ । ଏହି ଆଧରରେ ପ୍ରତି ସହର  ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ସମ୍ପୃକ୍ତ ସହରର ନଗର ପାଳିକା ବା ନଗର  ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଯୋଜନା  ଅନୁସାରେ ଭିକାରିଙ୍କୁ ବିସ୍ଥାପିତ କରିବା ଲାଗି  ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ଯୋଗାଇ ଦିଆଯିବ । 

ଭିକାରି ମୁକ୍ତ ଲାଗି ଚୟନ କରାଯାଇଥିବା  ୩୦ ସହର ମଧ୍ୟରୁ ୨୫ଟି ସହରର ନଗର ପାଳିକା ଓ ନଗରନିଗମ ଯୋଜନା ପ୍ରସ୍ତୁତ  କରିବା ଲାଗି ମନ୍ତ୍ରଣାଳୟକୁ ନିଜର ସମ୍ମତି  ଦେଇସାରିଛନ୍ତି । କିନ୍ତୁ କାଙ୍ଗଡା, କଟକ, ଉଦୟପୁର ଓ କୁଶୀନଗର ଠାରୁ ମନ୍ତ୍ରଣାଳୟକୁ  ଏପର୍ଯ୍ୟନ୍ତ କୌଣସି ସହମତି ଚିଠି ଆସିନାହିଁ ।  ଇତିମଧ୍ୟରେ କୋଝିକୋଡ, ବିଜୟୱାଡା,  ମଦୁରାଇ ଓ ମହୀଶୂର ନିଜର ସର୍ଭେ ଶେଷ  କରିଛନ୍ତି । ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାରେ  ଥିବା ସାଞ୍ଚି ଏବେ ଭିକାରିମୁକ୍ତ ହୋଇଛି ।  ସେଠାକାର ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ  ମନ୍ତ୍ରଣାଳୟକୁ ସୂଚନା ଦେଇଛି । ତେଣୁ ସାଞ୍ଚି  ସ୍ଥାନରେ ମନ୍ତ୍ରଣାଳୟ ଅନ୍ୟ ଏକ ସ୍ଥାନକୁ  ସୂଚୀରେ ସାମିଲ କରିବ ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.