ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କଂଗ୍ରେସର ଛତିଶଗଡ଼ ନିର୍ବାଚନ ପ୍ରତିଶ୍ରୁତି; ଘୋଷଣା ପତ୍ରରେ ୧୭ ଗ୍ୟାରେଣ୍ଟି, ୨୦୦ ୟୁନିଟ୍ ଯାଏଁ ମାଗଣା ବିଦ୍ୟୁତ୍

ରାୟପୁର, ୦୫/୧୧: ଆଉ ମାତ୍ର ୨ ଦିନ ପରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ରବିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଯେଉଁଥିରେ କଂଗ୍ରେସ ସରକାରକୁ ଆସିଲେ ଜାତିଗତ ଜନଗଣନା, ଋଣ ଛାଡ଼ ଏବଂ ମାଗଣା ବିଦ୍ୟୁତ୍ ଆଦି ୧୭ଟି ପ୍ରତିଶ୍ରୁତି ଦେଇଛି ।

ରାଜନନ୍ଦଗାଓଁରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ୍ । ଛତିଶଗଡ଼ରେ କଂଗ୍ରେସ ପୁଣି ଥରେ ଶାସନକୁ ଆସିଲେ ଜାତିଗତ ଜନଗଣନା କରାଯିବ ବୋଲି କହିଛନ୍ତି । 

ବିଜୁ ପଟ୍ଟନାୟକ ବିମାନ ବନ୍ଦର: ନୂଆ ବର୍ଷରେ ନୂଆ ଟର୍ମିନାଲ, ୪ ସହରକୁ ଖୁବ୍‌ଶୀଘ୍ର ବିମାନ ସେବା

ତେବେ ଜାତିଗତ ଜନଗଣନା କେବଳ ରାଜନୈତିକ ଫାଇଦା ଦେବ ନାହିଁ ବରଂ ପଛୁଆ ବର୍ଗଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସ୍ୱତନ୍ତ୍ର ନୀତି ପ୍ରଣୟନ ଲାଗି ସରକାରଙ୍କୁ ସହାୟକ ହେବ ବୋଲି କହିଛନ୍ତି ବଘେଲ୍ । ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୨୦୦ ଟଙ୍କା, ୫୦୦ ଟଙ୍କାରେ ରୋଷେଇ ଗ୍ୟାସ୍, ମୁଖ୍ୟମନ୍ତ୍ରୀ ଆୱାସ ଯୋଜନାରେ ୧୭.୫ ଲକ୍ଷ ଲୋକଙ୍କୁ ମାଗଣା ଘର, ୧୯ ଲକ୍ଷର ସ୍ୱାସ୍ଥ୍ୟବୀମା ଆଦି ପ୍ରତିଶ୍ରୁତି ଦେଇଛି ।

ମହିଳା ବ୍ୟବସାୟୀଙ୍କ ଲାଗି ବଡ଼ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ । ଛତିଶଗଡ଼ରେ ଦଳ ପୁଣି ଥରେ ଶାସନକୁ ଆସିଲେ ମହିଳା ବ୍ୟବସାୟୀ ନେଇଥିବା ସୁଧର ୫୦ ପ୍ରତିଶତ ଛାଡ଼ କରାଯିବ ବୋଲି କୁହାଯାଇଛି । ଏଭଳି ଭାବେ କଂଗ୍ରେସ ଛତିଶଗଡ଼ ନିର୍ବାଚନୀ ଇସ୍ତାହାରରେ ୧୭ଟି ପ୍ରତିଶ୍ରୁତି ଦେଇଛି ।

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ସମସ୍ତ ସୁଲ୍ ବନ୍ଦ, ଘୋଷଣା କଲେ ଶିକ୍ଷାମନ୍ତ୍ରୀ…

୨ ଦିନ ତଳେ ରାୟପୁରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପିର ମାନିଫେଷ୍ଟୋ ପ୍ରକାଶ କରିଥିଲେ । ଯେଉଁଥିରେ ବିଜେପି ପ୍ରତି ପରିବାରକୁ ୧୦ ଲକ୍ଷ ଯାଏଁ ମାଗଣା ଚିକିତ୍ସା, ୫୦୦ ଜନଔଷଧି କେନ୍ଦ୍ର ସ୍ଥାପନ, କେନ୍ଦୁପତ୍ର ତୋଳାଳିଙ୍କୁ ୪, ୫୦୦ ବୋନସ୍, ଗରିବଙ୍କୁ ମାଗଣାରେ ରାମ ମନ୍ଦିର ଦର୍ଶନ କରାଇ ନେବା ଆଦି ପ୍ରତିଶ୍ରୁତି ଦେଇଥିଲେ ।

ଛତିଶଗଡ଼ରେ ୨ ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୭ ଓ ୧୭ ଛତିଶଗଡ଼ ଭୋଟ୍ ଦେବାକୁ ଥିବା ବେଳେ ଡିସେମ୍ବର ୩ରେ ହେବ ଗଣତି । ପ୍ରଥମ ପର୍ଯ୍ୟାୟ ନକ୍ସଲପ୍ରବଣ ୨୦ଟି ଆସନରେ ମତଦାନ ୭ ତାରିଖରେ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.