ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଅଡ଼ୁଆ ବଢ଼ିଲା, ଆଉ ଏକ ମାମଲା ରୁଜୁ କଲା ସିଆଇଡି

Image Courtesy: thestatesman

ଅମରାବତୀ: ଆନ୍ଧପ୍ରଦେଶର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦକ୍ଷତା ବିକାଶ ନିଗମରେ ଟଙ୍କା ହେରଫେର ମାମଲାରା ଗିରଫ ହୋଇ ରାଜମୁଣ୍ଡରୀ ସେଣ୍ଟ୍ରାଲ ଜେଲରେ ଅଛନ୍ତି । ଏଭଳି ସମୟରେ ତାଙ୍କ ନାଁରେ ଅନ୍ୟ ଏକ ନୂଆ ମାମଲା ଯୋଡ଼ି ହୋଇଯାଇଛି । ବେଆଇନ୍‌ ମଦ ଫ୍ୟାକ୍ଟ୍ରି ପାଇଁ ଅନୁମତି ଦେଇଥିବା ନେଇ ନାଇଡୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଆନ୍ଧ୍ରପ୍ରଦେଶର ସିଆଇଡି । 

ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଏହି ମାମଲାରେ ତୃତୀୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ତେବେ ଏହି ମାମଲା ପ୍ରିଭେନ୍ସନ ଅଫ କରପସନ୍‌ (ପିସି) ଆକ୍ଟ ଅଧୀନରେ ଆସୁଛି । ଏସିବି କୋର୍ଟରେ ଏନେଇ ସିଆଇଡି ପକ୍ଷରୁ ଏକ ପିଟିସନ୍‌ ଦାୟର ହୋଇଥିଲା । କୋର୍ଟ କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ଦେବା ପରେ ସିଆଇଡି ଚନ୍ଦ୍ରବାବୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଟିଡିପି ମୁଖ୍ୟଙ୍କ ବିରୁଦ୍ଧରେ ଏହା ହେଉଛି ଚତୁର୍ଥ ମାମଲା ।

ଏବେ ଦକ୍ଷତା ବିକାଶ ନିଗମରେ ଟଙ୍କା ହେରଫେର ମାମଲା ସେ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି । ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କାର ଦୁର୍ନୀତି ନେଇ ତାଙ୍କ ନାଁରେ ମାମଲା ହୋଇଛି । ସେପଟେ ଚନ୍ଦ୍ରବାବୁଙ୍କ ପକ୍ଷରୁ ହୋଇଥିବା ୩ଟି ବେଲ୍‌ ଆବେଦନକୁ ହାଇକୋର୍ଟ ଖାରଜ କରିସାରିଛନ୍ତି । ଅମରାବତୀ ଇନର ରିଙ୍ଗ ରୋଡ ଏବଂ ଅଙ୍ଗାଲୁ ଆକ୍ରମଣ ମାମଲରେ ବେଲ୍‌ ଏବଂ ଫାଇବର ନେଟ କେସ୍‌ରେ ଅଗ୍ରୀମ ବେଲ ପାଇଁ ଆବେଦନ କରିଥିଲେ ଚନ୍ଦ୍ରବାବୁ ନାଇଡୁ ।

ସେପଟେ ଜେଲରେ ଥିବାରୁ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଲଢ଼ିବ ନାହିଁ । ଏନେଇ ଦଳର ବରିଷ୍ଠ ନେତାଙ୍କ ସହ ଚନ୍ଦ୍ରବାବୁ ଆଲୋଚନା କରିଥିବା ବେଳେ ଦଳର କ୍ୟାଡରଙ୍କୁ ବୁଝାଇବାକୁ କହିଛନ୍ତି । 

  • Chandrababu naidu
  • TDP
  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.