ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ନୂଆବର୍ଷରେ ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ୍, ବସ୍‌ ବେ’ରେ ଏକାବେଳେ ଲାଗିବ ୫୦ ବସ୍‌

ଭୁବନେଶ୍ୱର,୨୮/୧୧: ନୂଆ ବର୍ଷରେ ନୂଆ ରୂପ ପାଇବ ବରମୁଣ୍ଡା ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି) । ମୁଖ୍ୟମନ୍ତ୍ରୀ ନୂଆବର୍ଷରେ ଯାତ୍ରୀଙ୍କ ପାଇଁ ଉପହାର ଦେବାକୁ ଯାଉଛନ୍ତି । ବିଡିଏ ପକ୍ଷରୁ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାସେ ସୁଦ୍ଧା ଇଣ୍ଟେରିଅର, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । 

ପ୍ରାୟ ୨୦୯.୩୦ କୋଟି ଟଙ୍କା ବିନିମୟରେ ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି । ଏଥିରେ ଯାତ୍ରୀଙ୍କ ପାଇଁ ଶୀପତାପ ନିୟନ୍ତ୍ରଣ ବିଶ୍ରାମସ୍ଥଳୀ ସହିତ ଶୌଚାଳୟ, ପିଇବାପାଣି, ହୋଟେଲ ଆଦିର ବ୍ୟବସ୍ଥା ରହିଛି । ବସ୍‌ଷ୍ଟାଣ୍ଡ ଭିତରେ ମଡେଲ ଆହାର କେନ୍ଦ୍ର ନିର୍ମାଣ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଏହି ଆହାର କେନ୍ଦ୍ରର ଲାଭ ନେଇ ପାରିବେ । 

ବସ୍‌ଷ୍ଟାଣ୍ଡ ଭିତରେ ଘରୋଇ ବସ୍‌ ମାଲିକ ସଂଘର ଅଫିସ, ଅନ୍ୟାନ ସଂଘର ଅଫିସ ରହିବ । ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମଗାର ରହିବ । ସେହିପରି ଘରୋଇ ଓ ଓଏସ୍‌ଆରଟିସି ବସ୍‌ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର ରହିବ । ରେଳ ଷ୍ଟେସନ ଭଳି ସ୍ୱତନ୍ତ୍ର ଲଗେଜ୍‌ କାଉଣ୍ଟର ରଖାଯାଇଛି। ପୁଲିସ୍‌ ଆଉଟ ପୋଷ୍ଟ, ଟ୍ରାଫିକ ପରିଚାଳନା କେନ୍ଦ୍ର ବି ବସ୍‌ଷ୍ଟାଣ୍ଡ ଭିତରେ ରହିବ । ବିଡିଏ ପକ୍ଷରୁ ମୋଟ୍‌ ୧୩୦ ଦୋକାନ ଏହି ବସ୍‌ ଷ୍ଟାଣ୍ଡ ଭିତରେ ନିର୍ମାଣ କରାଯାଇଛି । ଦୋକାନ ଘରକୁ ଖୁବ୍‌ଶୀଘ୍ର ଆବଣ୍ଟନ କରାଯିବ । 

ବସ୍‌ଷ୍ଟାଣ୍ଡ ଭିତରେ ଓଏସ୍‌ଆରଟିସି, ଘରୋଇ ବସ୍‌, ମୋ ବସ୍‌ର ପୃଥକ ପୃଥକ ବେ ନିର୍ମାଣ କରାଯାଇଛି । ଏକା ବେଳେ ୫୦ ବସ୍‌ ଲାଗିବାର ସୁବିଧା କରାଯାଇଛି । ସେହିପରି ମୋ ବସ୍‌ ପାଇଁ ହୋଇଥିବା ସ୍ୱତନ୍ତ୍ର ବସ୍‌ ବେ ଭିତରେ ଲୋକଙ୍କୁ ନେବା ଆଣିବା କରିହେବ । 

ବରମୁଣ୍ଡା ମୁଖ୍ୟ ଗେଟ୍‌ରେ ସମସ୍ତ ବସ୍‌ ପ୍ରବେଶ କରିବେ, ଟାଟା ମୋଟରର୍ସ  ପଟ ଦେଇ ସମସ୍ତ ବସ୍‌ ବାହାରିବେ । କଟକ ଆଡୁ ଆସୁଥିବା ବସ୍‌  ଖଣ୍ଡଗିରି ଦେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯିବେ । ସେହିପରି ବ୍ରହ୍ମପୁର, ଖୋର୍ଦ୍ଧାକୁ ଯାଉଥିବା ବସ୍‌ ଟାଟା ମୋଟର୍ସରୁ ବାହାରି ଫାୟାର ଷ୍ଟେସନ ଦେଇ ୟୁ ଟର୍ଣ୍ଣ କରି ଗନ୍ତବ୍ୟସ୍ଥଳକୁ ଯିବ । ତେବେ ଟ୍ରାଫିକ୍‌ ଭିଡକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନେବାକୁ ଯୋଜନା କରାଯିବ। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ମାସେ ଭିତରେ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ଆଇଟି, ଇଣ୍ଟେରିଅର କାମ ଆମ ପାଇଁ ପ୍ରାଥମିକତା ରହିଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ବସ୍‌ଷ୍ଟାଣ୍ଡ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । 

ରାଜ୍ୟ ତଥା ରାଜ୍ୟ ବାହାରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଶହ ଶହ ବସ୍‌ ଆସୁଛି । ପୂର୍ବରୁ ଯାତ୍ରୀ ମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ ଟର୍ମିନାଲ ରୂପାନ୍ତକରଣ ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.