ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କେଉଁ କାରଣରୁ ହେଲା ମଲାଇକା ଆରୋରାଙ୍କ ବାପାଙ୍କ ମୃତ୍ୟୁ ? ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ,୧୨।୯:  ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ମେହେତାଙ୍କ ଆତ୍ମହତ୍ୟା ପୁରା ବଲିଉଡ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଛ। ଗତ ବୁଧବାର ସକାଳ ପ୍ରାୟ ୯ଟା ବେଳେ ଅନିଲ ଆୟେଶ ମ୍ୟାନେର ବିଲ୍ଡିଂର ନିଜ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ଯେ, ଅନିଲ ରୋଗରେ ପୀଡିତ ଥିଲେ। ମୃତ୍ୟୁର ସକାଳୁ ଦୁଇ ଝିଅ ମଲାଇକା ଓ ଅମୃତାଙ୍କୁ ଫୋନ୍ କରି କଥା ହୋଇଥିଲେ। ସେ ଫୋନ୍‌ରେ କହିଥିଲେ ଭାରି ଅସୁସ୍ଥ ଅଛନ୍ତି ଓ ଥକି ଯାଇଛନ୍ତି। ଏବେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମନାକୁ ଆସିଛି। 

ଅନିଲଙ୍କ ପୋଷ୍ଟ ମର୍ଟନ ରିପୋର୍ଟ ଅନୁସାରେ, ମୃତ୍ୟୁ ପୂର୍ବରୁ ଶରୀରରେ ବହୁ ଆଘତ ରହିଛି। ଅନିଲଙ୍କ ଶରୀରରୁ ଭିସେରା ଅଲଗା କରି ରଖାଯାଇଛି, ଫଳରେ ଏହି ମାମଲାରେ ଆଗକୁ ଯାଞ୍ଚ ପାଇଁ ସାହାଯ୍ୟ ମିଳିପାରିବ। ଅନିଲଙ୍କ ମୃତଦେହକୁ ମଲାଇକାଙ୍କ ପରିବାର ଲୋକଙ୍କୁ ଫେରାଇ ଦିଆଯାଇଛି।ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ପୋଲିସର କହିବା ଅନୁସାରେ, ମଲାଇକାଙ୍କ ବାପା ଅନିଲ ଆତ୍ମହତ୍ୟା ପୂର୍ବରୁ ଦୁଇ ଝିଅଙ୍କ ସହ କଥା ହୋଇଥିଲେ। ସେତେବେଳେ କହିଥିଲେ 'I'm sick and tired। ଯେଉଁ ସମୟରେ ଅନିଲ ଆତ୍ମହତ୍ୟା କରିଥିଲେ, ମଲାଇକାଙ୍କ ମା’ ଏହି ସମୟରେ ଘରେ ଥିଲେ।  ଅନିଲ ସିଗାରେଟ୍‌ ପିଇବା ନାଁରେ ବାଲକୋନୀକୁ ଯାଇଥିଲେ ଓ ଆତ୍ମହତ୍ୟା କରିଥିଲେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.