ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଭୋଟିଂ ଚାଲିଥିବା ବେଳେ ତେଲଙ୍ଗାନାରେ ପଶି ଡ୍ୟାମର ଗେଟ୍ ଖୋଲିଦେଲା ଆନ୍ଧ୍ର ପୋଲିସ

ହାଇଦ୍ରାବାଦ, ୦୧/୧୨: ପୁଣି ତେଲଙ୍ଗାନା-ଆନ୍ଧ୍ରପ୍ରଦେଶ ମୁହାଁମୁହିଁ । ଗୁରୁବାର ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶର ମନମାନି ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ଜଳସେଚନ ଅଧିକାରୀ ତେଲଙ୍ଗାନାରେ ବଳପୂର୍ବକ ପଶି ଯାହା କରିଛନ୍ତି, ସେଥିପାଇଁ ଏବେ ୨ ରାଜ୍ୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।

ଆନ୍ଧ୍ରପ୍ରଦେଶର ପାନୀୟ ଜଳ ଆବଶ୍ୟକତା ପୂରଣ କରିବା ଲାଗି ନିର୍ବାଚନ ଭିତରେ ୪୦୦ରୁ ଅଧିକ ପୋଲିସ କର୍ମଚାରୀ ତେଲଙ୍ଗାନାରେ ପଶି ନାଗାର୍ଜୁନସାଗର ଡ୍ୟାମର ଏକ ଗେଟ୍ ଖୋଲି ଦେଇଥିଲେ । ଗେଟ୍ ଖୋଲିବା ପୂର୍ବରୁ ଆନ୍ଧ୍ର ପୋଲିସ ବନ୍ଧ ଉପରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି କବଜା କରି ରହିଥିଲା ।

Exit Polls: ତେଲେଙ୍ଗାନାରେ ବିଆରଏସ ଏବଂ କଂଗ୍ରେସ ମଧ୍ୟରେ ହୋଇପାରେ ଜୋରଦାର ଟକ୍କର

ଆନ୍ଧ୍ରପ୍ରଦେଶ ଜଳସଚେନ ବିଭାଗର ମୁଖ୍ୟ ଯନ୍ତ୍ରୀ ନାରାୟଣ ରେଡ୍ଡୀ କହିଛନ୍ତି, ରାଜ୍ୟ ପାଖରେ ୩ ହଜାର କ୍ୟୁସେକ୍ ପାଣି ଛାଡ଼ିବା ଲାଗି ଗେଟ୍ ଖୋଲିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିଲା । ସେ କହିଛନ୍ତି ରାଜ୍ୟରେ ଏବେ ପାନୀୟ ଜଳର ଘୋର ସଂକଟ ଦେଖା ଦେଇଛି ।

ସେ ଆହୁରି କହିଛନ୍ତି, ୨ ରାଜ୍ୟ ମଧ୍ୟରେ ଉତ୍ତେଜନାରୁ ବର୍ତ୍ତିବା ଲାଗି ଅଟକି ରହିଥିଲୁ । କିନ୍ତୁ ସ୍ଥିତି ଅଣାୟତ୍ତ ହୋଇଥିଲା । ପିଇବା ପାଇଁ ପାଣି ବି ସମୟରେ ଛଡ଼ା ଯାଉ ନଥିଲା । ଫଳରେ ଡ୍ୟାମର ଗେଟ୍ ଖୋଲିବାକୁ ବାଧ୍ୟ ହେଲୁ ।

୫ ରାଜ୍ୟ ନିର୍ବାଚନ ସରୁ ସରୁ ମହଙ୍ଗା ମାଡ଼, ବଢ଼ିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ

ଜଳସେଚନ ଅଧିକାରୀଙ୍କ ଅନୁସାରେ, କୃଷ୍ଣା ନଦୀର ବାମ ପାର୍ଶ୍ୱ ତେଲଙ୍ଗାନା କ୍ଷେତ୍ରରେ ଆସୁଥିବା ବେଳେ ଡାହାଣ ପାର୍ଶ୍ୱ ଆନ୍ଧ୍ରପ୍ରଦେଶରେ ଆସୁଛି । ଆଉ ଏହି ବନ୍ଧରେ ୨୬ଟି ଗୁରୁତ୍ୱପୂର୍ଣ୍ଣ ଗେଟ୍ ରହିଛି । ଏଥିରୁ ୧୩ଟି ଗେଟ୍ ତେଲଙ୍ଗାନାରେ ଆସୁଥିବା ବେଳେ ଅନ୍ୟ ୧୩ଟି ଆନ୍ଧ୍ରପ୍ରଦେଶରେ । ଗୁରୁବାର ଆନ୍ଧ୍ରପୋଲିସ ଡ୍ୟାମର ଅଧା ଅଂଶକୁ ନିୟନ୍ତ୍ରଣକୁ ନେଇଛି । ଅନ୍ୟପଟେ ତେଲଙ୍ଗାନା ବି ଡ୍ୟାମରେ ଅତିରିକ୍ତ ପୋଲିସ ମୁତୟନ କରିଛି ।

ଏବେ ତେଲଙ୍ଗାନା ନିର୍ବାଚନ ଫଳାଫଳ ଆସିବା ପରେ ଆନ୍ଧ୍ରପ୍ରଦେଶ ସହ ତିକ୍ତତା ବୃଦ୍ଧି ପାଇପାରେ । ତେବେ ଆନ୍ଧ୍ରପୋଲିସ ଯେଉଁ ଗେଟ୍ ଖୋଲିଛି ସେଠାରେ ଅଧିକ ଆନ୍ଧ୍ର ପୋଲିସ ମୁତୟନ ହୋଇଛନ୍ତି । ଫଳରେ ଉକ୍ତ ଗେଟକୁ ବନ୍ଦ କରିବା ଲାଗି ଅଧିକ ଉତ୍ତେଜନା ସୃଷ୍ଟି ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.