ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ପୁଅର ବିବାହ ପୂର୍ବରୁ ନୀତା ଅମ୍ୱାନୀ ଜଣାଇଲେ ନିଜର ଦୁଇଟି ଇଚ୍ଛା , କହିଲେ ପ୍ରିୱେଡିଂ ପାର୍ଟି ହେବ ଖୁବ୍‌ ସ୍ୱତନ୍ତ୍ର

ମୁମ୍ୱାଇ : ପୁଅ ଅନନ୍ତ ଅମ୍ୱାନୀଙ୍କ ବିବାହ ପୂର୍ବରୁ ରିଲାଏନ୍ସ ଫାଇଣ୍ଡେସନର ସଂସ୍ଥାପକ ତଥା ଚେୟାରମ୍ୟାନ୍‌ ନୀତା ଅମ୍ୱାନୀ ନିଜର ଦୁଇଟି ଇଚ୍ଛା ପ୍ରକାଶ କରିଛନ୍ତି। ଖୁବ୍‌ ଶୀଘ୍ର ମୁକେଶ ଅମ୍ୱାନୀଙ୍କ ପୁଅ ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚେଣ୍ଟଙ୍କ ପ୍ରିୱେଡିଂ ସେଲିବ୍ରେସନ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମଟି ଜାମନଗରରେ ଅନୁଷ୍ଠିତ ହେବ। ଏଥିରେ ସାରା ବିଶ୍ୱର ଭିଭିଆଇପିଙ୍କୁ ନିମନ୍ତ୍ରିତ କରାଯାଇଛି। ନୀତା ଅମ୍ୱାନୀ ଭିଡ଼ିଓ ସେୟାର କରି କହିଛନ୍ତି ପୂରା ଜୀବନ ମୁଁ ଭାରତୀୟ କଳା ଓ ସଂସ୍କୃତି ସହ ପ୍ରଭାବିତ ହୋଇଛି। ଏହା ମୋତେ ଖୁବ୍‌ ଗଭୀର ଭାବେ ପ୍ରେରିତ କରିଛି। ଏହାକୁ ନେଇ ମୁଁ ବହୁତ ଭାବ ପ୍ରବଣ ହୋଇଛି। 

ନୀତା ଅମ୍ୱାନୀ ଆହୁରି କହିଛନ୍ତି, ଯେବେ କଥା ମୋର ଛୋଟ ପୁଅ ଅନନ୍ତ ଓ ରାଧିକାର ବିବାହ କଥା ଆସେ ତ ମୋ ମନରେ ଦୁଇଟି ଇଚ୍ଛା ଜଗ୍ରତ ହୁଏ। ପ୍ରଥମେ ମୁଁ ନିଜର ମୂଳ ସଂସ୍କୃତି ସହ ଯୋଡ଼ିବାକୁ ଚାହୁଛି ଏବଂ ଦ୍ୱିତୀୟଟି ଏ କାର୍ଯ୍ୟକ୍ରମ କଳା ଓ ସଂସ୍କୃତି ପାଇଁ ସମର୍ପିତ ହେଉ। ନୀତା ଅମ୍ୱାନୀ କହିଛନ୍ତି - ଜାମନଗର ତାଙ୍କ ଜୀବନରେ ବିଶେଷ ସ୍ଥାନ ଭାବେ ରହିଛି। ଜାମନଗର ସେହି ସ୍ଥାନ, ଯେଉଁଠି ତାଙ୍କର ମୂଳ ସ୍ଥାନ , ଏଠାରେ ମୁକେଶ ଓ ତାଙ୍କ ପିତା ସର୍ବ ପ୍ରଥମେ ରିଫାଇନରୀ ପ୍ରତିଷ୍ଠା କରିଥିଲେ ଏବଂ ଏହା ପରେ ଏହି ଶୁଖିଲା ମରୁଭୂମିକୁ ସବୁଜ ଜୀବନ୍ତ ସ୍ଥାନରେ ପରିବର୍ତ୍ତନ କରି ଦେଇ ଛନ୍ତି।

ସେ କହିଛନ୍ତି, ମୁଁ ଚାହୁଁଛି କି, ଏହି ପୂରା କାର୍ଯ୍ୟକ୍ରମ ଆମର ସଭ୍ୟତା ଓ ସଂସ୍କୃତିକୁ ଦର୍ଶାଉ। ଏଥିରେ ରଚନାତ୍ମକ ଲୋକଙ୍କ ହାତ ଓ ପରିଶ୍ରମର କୌଶଳକୁ ଦର୍ଶାଉଛି। କହି ରଖୁଛି କି , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ୱାନୀ ଓ ତାଙ୍କର ପତ୍ନୀ ନୀତା ଅମ୍ୱାନୀଙ୍କ ୨୮ ବର୍ଷିୟ ସାନ ପୁଅ ଅନନ୍ତ ଅମ୍ୱାନୀଙ୍କ ବିବାହ ବ୍ୟବସାୟୀ ଭିରେନ ମର୍ଚେଣ୍ଟଙ୍କ ଝିଅ ରାଧିକା ମର୍ଚେଣ୍ଟଙ୍କ ସହ ହେବାକୁ ଯାଉଛି। ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୧ରୁ ୩ ମାର୍ଚ୍ଚ ଯାଏ ପ୍ରିୱେଡିଂ ପାର୍ଟିର ଆୟୋଜନ କରାଯାଇଛି, ଯେଉଁଥିରେ ସାରା ବିଶ୍ୱରେ ପାଖାପାଖି ୧ହଜାର ଲୋକଙ୍କୁ ଡକା ଯାଇଛି। ଏଥିରେ ରିହାନା, ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେବାକୁ ଯାଉଛନ୍ତି। ଏହା ବ୍ୟତୀତ ଦୀପିକା ପାଦୁକୋଣ , ରଣବୀର ସିଂହଙ୍କ ସମେତ ବଲିଉଡ୍‌ର ଅନେକ ବ୍ୟକ୍ତି ପହଞ୍ଚିବେ। 


ଅନନ୍ତ ଅମ୍ୱାନୀ , ରାଧିକା ମର୍ଚେଣ୍ଟ ଜାମନଗରରେ ରିଲାଏନ୍ସ ଟାଉନସିପ୍‌ର ପାଖ ଗାଁରେ ଅନ୍ନ ସେବା ମଧ୍ୟ କରିବେ। ଏଥିରେ ପାଖାପାଖି ୫୧ ହଜାର ଲୋକଙ୍କୁ ଗୁଜରାଟୀ ଖାଦ୍ୟ ପରସା ଯିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.