ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାଇଲଟଙ୍କ ପାଇଁ ଲଗାତାର ୨ ଦିନ ବିମାନ ବିଳମ୍ବ, ଏୟାରଲାଇନ୍ସ କହିଲା ‘ପରିଚାଳନା ତ୍ରୁଟି’

ନୂଆଦିଲ୍ଲୀ୨୭/୦୯: ଫ୍ଲାଇଟରେ ବସିଥିଲେ ଶତାଧିକ ଯାତ୍ରୀ । ଗଡ଼ି ଚାଲିଥିଲା ସମୟ । ଘଣ୍ଟା ପରେ ଘଣ୍ଟା ବିତୁଥିଲା, ହେଲେ ବିମାନ ଉଡ଼ାଣ କରୁ ନଥିଲା । ଏୟାର ଇଣ୍ଡିଆର ଦିଲ୍ଲୀ-ପୁଣେ ବିମାନର ପାଇଲଟ୍ ନ ଆସିବାରୁ ଲଗାତାର ୨ ଦିନ ଘଣ୍ଟା ଘଣ୍ଟା ଧରି ରନୱେରେ ଛିଡ଼ା ହୋଇ ରହିଥିଲା । 

ସେପ୍ଟେମ୍ବର ୨୫ରେ ପାଇଲଟ୍ ନ ଆସିବାରୁ ଫ୍ଲାଇଟ୍ ନମ୍ବର ଏଆଇ୮୫୩ ୨ ଘଣ୍ଟା ଯାଏ ରନୱେରେ ଛିଡ଼ା ହୋଇଥିଲା । ସେହିଭଳି ୨୬ ତାରିଖରେ ପାଇଲଟଙ୍କ ପାଇଁ ୪ ଘଣ୍ଟା ଛିଡ଼ା ହୋଇ ରହିଥିଲା ବିମାନ । ଯାତ୍ରୀ ଏୟାରପୋର୍ଟ ଟର୍ମିନାଲରେ ଅପେକ୍ଷା କରି କରି ହୋହଲ୍ଲା ଆରମ୍ଭ କରିଥିଲେ । ଯାତ୍ରୀଙ୍କ ହଙ୍ଗାମା ପରେ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିଲା, ବିଳମ୍ବ ପଛରେ ଅପରେସନାଲ୍ ପ୍ରୋବ୍ଲେମ୍ ରହିଛି ।

ଜେଲ୍ କର୍ତ୍ତୃପକ୍ଷଙ୍କ ସାମାନ୍ୟ ଭୁଲ୍ ପାଇଁ ୩ ବର୍ଷ ଅଧିକ ସଜ୍ଜା ଭୋଗିଲେ ବ୍ୟକ୍ତି

ସୂତ୍ର ଅନୁସାରେ, କାର୍ଯ୍ୟ ସମୟ (ଡ୍ୟୁଟି ଟାଇମ୍) ସମ୍ପୂର୍ଣ୍ଣ ହେବା ପରେ ବିମାନ ଛାଡ଼ି ପଳାଇଥିଲେ ପାଇଲଟ୍ । ବିମାନ ବିଳମ୍ବ ହେବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସୋମବାର ଦିଲ୍ଲୀରୁ ପୁଣେ ଯାଉଥିବା ଯାତ୍ରୀଙ୍କ ଅନୁସାରେ, ବିମାନରେ ଅନେକ ଛୋଟ ଛୁଆଙ୍କ ସହ ବୟସ୍କ ରହିଥିଲେ । 

ସନ୍ଧ୍ୟା ୭ଟା ୧୦ରେ ବିମାନ ଉଡ଼ାଣ ଭରିବାର ଥିଲା । ଯାହାକି ପୁନେରେ ରାତି ୯ଟା ୧୦ରେ ପହଞ୍ଚିଥାନ୍ତା । ତେବେ ବିମାନଟି ରାତି ୯ଟାରେ ଦିଲ୍ଲୀ ଛାଡ଼ି ରାତି ୧୧ରେ ପୁନେରେ ପହଞ୍ଚିଥିଲା । ସେହିଭଳି ସେପ୍ଟେମ୍ବର ୧୬ରେ ପାଇଲଟ୍ ରାତି ୧୦ଟା ୩୦ରେ ଆସିବାରୁ ବିମାନ ରାତି ୧୧ଟାରେ ଦିଲ୍ଲୀରୁ ପୁନେ ଅଭିମୁଖେ ଉଡ଼ିଥିଲା । 

ଗୁଗଲ୍‌କୁ ପୂରିଲା ୨୫ ବର୍ଷ, ବାର୍ଥ ଡେ’ରେ ଭାରତକୁ ଭେଟି ଦେଲା ଭୂକମ୍ପ ଆଲର୍ଟ ଫିଚର୍‌

 ମାସରେ ଚତୁର୍ଥ ଘଟଣା

ଏହା ପୂର୍ବରୁ ଜୁଲାଇ ୫ରେ ଦିଲ୍ଲୀରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନ ଘଣ୍ଟାଏ ବିଳମ୍ବରେ ଉଡ଼ାଣ ଭରିଥିଲା । ଉକ୍ତ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ । ସେହିଦିନ ଦୁବାଇରୁ ଅହମଦାବାଦ ଆସୁଥିବା ସ୍ପାଇସଜେଟର ବିମାନ ଖରାପ ପାଣିପାଗ ପାଇଁ ଜୟପୁର ଡାଇଭର୍ଟ କରାଯାଇଥିଲା । ୧୦ ଘଣ୍ଟା ବିତିବା ପରେ ବି ବିମାନ ରିସେଡଲ୍ୟୁଡ୍ କରାଯାଇ ନଥିଲା । କାର୍ଯ୍ୟ ସମୟ ସରିବାରୁ ପାଇଲଟ୍ ପଳାଇଥିଲେ । 

ଜୁନ୍ ୨୫ରେ ଲଣ୍ଡନରୁ ଦିଲ୍ଲୀ ଆସୁଥିବା ଏୟାରଇଣ୍ଡିଆ ବିମାନ ଖରାପ ପାଣିପାଗ ପାଇଁ ଜୟପୁରରେ ଅବତରଣ କରିଥିଲା । ପାଇଲଟ୍ ଜୟପୁରରେ ବିମାନକୁ ଛାଡ଼ି ପଳାଇଥିଲେ । ପାଇଲଟଙ୍କ କହିବା କଥା ଥିଲା, ତାଙ୍କ କାର୍ଯ୍ୟ ସମୟ ସରି ଯାଇଛି । ପ୍ରାୟ ୬ ଘଣ୍ଟା ଧରି ଯାତ୍ରୀ ବିମାନବନ୍ଦରରେ ଅଟକିବା ପରେ ସେମାନଙ୍କୁ ସଡ଼କ ପଥରେ ଦିଲ୍ଲୀ ନିଆଯାଇଥିଲା । 

ଅକାସା ଏୟାରକୁ ବମ୍ବେ ହାଇକୋର୍ଟଙ୍କଠୁ ଆଶ୍ୱସ୍ତି, ବିନା ନୋଟିସରେ ଚାକିରୀ ଛାଡିଥିବା ପାଇଲଟଙ୍କୁ ନେଇ ଆସିଲା ଏମିତି ନିଷ୍ପତ୍ତି

  • Air india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.