ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

‘ମୁଁ ଜେଲରେ ରହିଲେ ବି ଦିଲ୍ଲୀରେ ଜିତିବ ଆମ୍ ଆଦମୀ ପାର୍ଟି’: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ, ୧୮/୧୧: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ନୋଟିସ୍ ପରେ ବୟାନବାଜି ଜାରି ରହିଛି । ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିବା କହୁଛି ଆମ୍ ଆଦମୀ ପାର୍ଟି । ଏହାରେ ଭିତରେ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ମୁଁ ଜେଲ୍ ଯିବାକୁ ଡରୁ ନାହିଁ ।

କେଜ୍ରିୱାଲ୍ ଆହୁରି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ବିଜୟୀ ହେବ । ମୁଁ ଗିରଫ ହେଲେ ବି ଦଳ ଦିଲ୍ଲୀରେ ଜିତିବ । ଆପ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରି କେଜ୍ରିୱାଲ୍ କହିଛନ୍ତି, ପରିବର୍ତ୍ତନ ପାଇଁ ମୁଁ ପୂର୍ବରୁ ୧୫ ଦିନ ଜେଲରେ ରହିଥିଲି । ଏହା ମୋ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଆମେ କ୍ଷମତା ବିକଳ ନୁହେଁ ।

OpenAI ସିଇଓ ଅଲ୍ଟମ୍ୟାନଙ୍କୁ ହଟାଇଲା ବୋର୍ଡ, ମୀରା ମୁରାତିଙ୍କୁ ଦାୟିତ୍ୱ

ସେ ଆହୁରି କହିଛନ୍ତି, ଆମ୍ ଆଦମୀ ପାର୍ଟି ଠାରୁ କ୍ଷମତା ଛଡ଼ାଇବା ପାଇଁ ବିଜେପି ବଡ଼ ନେତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି । ମୋତେ ଜେଲ୍ ଯିବାକୁ ଡର ନାହିଁ । ପ୍ରଥମଥର ପାଇଁ ସାର୍ବଜନିକ ମଞ୍ଚରେ କେଜ୍ରିୱାଲ ଇସ୍ତଫା କଥା ଉଠାଇଛନ୍ତି । କହିଛନ୍ତି, ଆଗାମୀ କିଛିଦିନରେ ଲୋକଙ୍କୁ ପଚାରି ନିଷ୍ପତ୍ତି ନିଆଯିବ ।

କେଜ୍ରିୱାଲ୍ କହିଛନ୍ତି, ମିଥ୍ୟା ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି । ସୈତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ବିଜୟ ନାୟରଙ୍କୁ ବି ଗିରଫ କରାଯାଇଛି । ଏବେ ମୋତେ ଗିରଫ କରିବାକୁ ଯାଉଛନ୍ତି । ସେମାନଙ୍କ ଲକ୍ଷ୍ୟ କୌଣସି ବି ପ୍ରକାରେ ଆପର ଶୀର୍ଷ ନେତୃତ୍ୱଙ୍କୁ ଗିରଫ କରି ସରକାର ଭାଙ୍ଗିବା । ଏଭଳି କରି ନରେନ୍ଦ୍ର ମୋଦି ଦିଲ୍ଲୀରେ ନିଜ ସରକାର ଗଢ଼ିବେ । ସେମାନଙ୍କୁ ଜଣା ଅଛି ନିର୍ବାଚନରେ ହରାଇ ପାରିବେ ନାହିଁ । ମୁଁ ତ କହୁଛି, କେଜ୍ରିୱାଲଙ୍କୁ ଜେଲ୍ ପଠାଇ ଦିଅ, ଜେଲରୁ ବି ଆମ୍ ଆଦମୀ ପାର୍ଟିର ସରକାର ଜିତିବ ।

ଆମେରିକାର TIME ମାଗାଜିନରେ ଭାରତୀୟଙ୍କ ଦବଦବା, ସ୍ଥାନ ପାଇଲେ ୯ ଜଣ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.