ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

୧୮ ପ୍ରତିଶତ ବଢ଼ିଲା ATF ଦାମ, ପାର୍ବଣ ଋତୁରେ ବିମାନ ଯାତ୍ରା ମହଙ୍ଗା ହେବ

ନୂଆଦିଲ୍ଲୀ, ୦୧/୦୯: ବିମାନ ଇନ୍ଧନ (ଆଭିଏସନ୍ ଟରବାଇନ୍ ଫ୍ୟୁଏଲ୍) ଦର ବଢ଼ିଛି । ଆଜି ଏଟିଏଫ୍ ଦର ୧୮ ପ୍ରତିଶତ ବୃଦ୍ଧି ପାଇବା ସହ ନୂଆ ଦର ଲାଗୁ ହୋଇଛି । ଯଦି ଆପଣ ପାର୍ବଣ ଋତୁରେ ବିମାନ ଯାତ୍ରା କରିବାକୁ ଯାଉଛନ୍ତି ତାହେଲେ ଆପଣଙ୍କୁ ଟିକେଟ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ । କାରଣ ଇନ୍ଧନ ଦର ବଢ଼ିବା ପରେ ଏୟାରଲାଇନ୍ସ ଟିକେଟ ଦର ବଢ଼ାଇ ପାରନ୍ତି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏଟିଏଫ୍ ଦର ଲିଟର ପିଛା ୨୦, ୨୯୫.୨ ଟଙ୍କା ବଢ଼ି ଦାମ ୧.୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇଛି । ଏବେ ଦିଲ୍ଲୀରେ ବିମାନ ଇନ୍ଧନ ଦର ଲିଟର ପିଛା ୧, ୧୨, ୪୧୯.୩୩ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଛି ।

ଏସିଆ କପ୍‌-୨୦୨୩: ଶନିବାର ଭାରତ-ପାକ ମ୍ୟାଚ୍‌ରେ ବର୍ଷା ଆଶଙ୍କା

ଦିଲ୍ଲୀରୁ ନେଇ ମୁମ୍ବାଇ, ଚେନ୍ନାଇ, କୋଲକାତା ସବୁ ସ୍ଥାନରେ ବିମାନ ଇନ୍ଧନ ଦର ବୃଦ୍ଧି ପାଇଛି । ଲଗାତାର ତୃତୀୟ ମାସ ପାଇଁ ତୈଳ କମ୍ପାନୀ ଏଟିଏଫ୍ ଦାମ ବଢ଼ାଇଛନ୍ତି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏଟିଏଫ୍ ଦର ବୃଦ୍ଧି ପାଇ ୧, ୦୫, ୨୨୨.୧୩ ଟଙ୍କା ପ୍ରତି ଲିଟର ହୋଇଛି ।

ସେହିଭଳି କୋଲକାତାରେ ଏଟିଏଫ୍ ଦର ୧, ୨୧, ୦୬୩.୮୩ ଟଙ୍କା ଲିଟର ପିଛା ହୋଇଥିବା ବେଳେ ପୂର୍ବରୁ ୧, ୦୭, ୩୮୩.୦୮ ଟଙ୍କା ଥିଲା । ଚେନ୍ନାଇରେ ବିମାନ ଇନ୍ଧନ ଦର ଲିଟର ପିଛା ୧, ୧୬, ୫୮୧.୭୭ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଲିଟର ପିଛା ଦାମ ୧, ୦୨, ୩୯୧.୬୪ ଟଙ୍କା ଥିଲା । 

ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦରର ନୂଆ ରେକର୍ଡ, ପ୍ରଥମଥର ପାଇଁ ୩୦୦ ଟପିଲା

  • ATF Price
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.