ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

୧.୪କୋଟି ଟଙ୍କାର ସାଇବର ଠକେଇ ଘଟଣା : ୧୯ ଲକ୍ଷ ଜବତ, ୭ ଗିରଫ

Published By : Prameya | March 31, 2025 6:04 PM

ଭୁବନେଶ୍ବର,୩୧।୩ : ପୂର୍ବତନ ମନ୍ତ୍ରୀ  ତଥା  ବିଧାୟକ ତୁଷାରକାନ୍ତି ବେହେରା ୧ କୋଟି ୪୦ ଲକ୍ଷ ଟଙ୍କାର  ସାଇବର ଠକେଇ ଶିକାର ହେବା ଘଟଣାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ।  ଏହି  ସାଇବର ଠକେଇ ଘଟଣାରେ  ୭ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।   ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ । ଅଭିଯୁକ୍ତମାନେ ହେଲେ ଜ୍ୟୋତି ରାଜୁ , ସି. ରାଜୁ , ଇଶ୍ମାଇଲ ରାହାଇଦ, ଏସ. ବାସୀମ ପଟ୍ଟାରାଜା ,ଜେଗାଥିସ ରାଧାକୃଷ୍ଣନ ଓ ଇ. ଶକ୍ତି କୁମାରାଭେଲ ।

ଗତ ଜାନୁଆରୀ ମାସରେ ଭୁବନେଶ୍ୱର ସାଇବର ପୋଲିସ ଷ୍ଟେସନରେ  ୧.୪ କୋଟି ଟଙ୍କାର ସାଇବର ଠକେଇ ନେଇ ଏକ ମାମଲା  ରୁଜୁ ହୋଇଥିଲା। ଟ୍ରେଡିଂ ଆପରେ ଟଙ୍କାର ପ୍ରଲୋଭନ ଦେଖାଇ ଅଭିଯୋଗକାରୀଙ୍କ ଠାରୁ କୋଟି କୋଟି ଟଙ୍କା ସାଇବର ଠକ ଲୁଟିଥିବା ନେଇ ଏତଲା  ଦିଆଯାଇଥିଲା।  ଏହି ଠକେଇ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା। ଉଭୟ ରାଜ୍ୟରୁ ସାତ ଜଣଙ୍କୁ  କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଅନେକ ସୀମ୍ କାର୍ଡ ,ଆଧାରକାର୍ଡ ,ହ୍ବାଟସଆପ ସ୍କ୍ରିନ, ଡେବିଟ କାର୍ଡ ଓ ପାସବୁକ ଇତ୍ୟାଦି ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ। ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରାଯାଇଛି। ଅନ୍ୟ ଆକାଉଣ୍ଟଗୁଡିକ ଯାଞ୍ଚ କରାଯାଉଛି  ବୋଲି କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି। 

ଯଦି କେହି ଏଭଳି ଘଟଣାର  ଶିକାର ହେଉଛନ୍ତି ତାହା ହେଲେ ସଙ୍ଗେସଙ୍ଗେ ସାଇବର ହେଲ୍ପ ଲାଇନ ୧୯୩୦ ନମ୍ବରରେ ଯୋଗାଯୋଗ କରନ୍ତୁ।   ସୋସିଆଲ ମିଡିଆର ଏଭଳି ଠକ ଆପଠୁ ଦୁରେଇ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.