ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା

Published By : Prameya | March 31, 2025 4:20 PM

ଭୁବନେଶ୍ବର,୩୧।୩ : ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 

ଏନଏଚଏଆଇ ପ୍ରକଳ୍ପ ଓ ଭବିଷ୍ୟତରେ ରାଜ୍ୟ ରାଜପଥର ଯେଉଁ ପ୍ରକଳ୍ପ ହେବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା କରିଥିଲେ। ଆସନ୍ତା ୩ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାରେ ୧୫ ହଜାର କିଲୋମିଟର ରାସ୍ତା ହେବ । ଏପ୍ରିଲ ୧ ରୁ ନୂଆ ଆର୍ଥିକ ବର୍ଷରେ ସାଢେ ୬ ହଜାର କିଲୋମିଟର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କେମିତି ଏହା ବ୍ୟବସ୍ଥିତ ହେବ, ସେ ନେଇ ଆଲୋଚନା ହୋଇଛି । ଦୁଇ - ତିନି ଦିନ ପରେ ବିଧାନସଭାରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆସିବ  ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.