ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପିଲାଙ୍କ ଭବିଷ୍ୟତ ସହ ଖେଳ! ଅନୁଗୁଳର ୬୫ ଘରୋଇ ସ୍କୁଲର ନାହିଁ ଏନ୍‌ଓସି

ଅନୁଗୁଳ,୩୦/୦୮: ଘରୋଇ ବିଦ୍ୟାଳୟ ଖୋଲିବାକୁ ହେଲେ ସରକାରୀ ଅନୁମୋଦନ  ବାଧ୍ୟତାମୂଳକ । ହେଲେ ଅନୁଗୁଳ ଜିଲ୍ଲାରେ ପୁଞ୍ଜା ପୁଞ୍ଜା ଘରୋଇ ସ୍କୁଲ ଗଢ଼ି ଉଠିଛି ସତ, ହେଲେ  ସରକାରୀ ନିୟମକୁ ବାଏଁ ବାଏଁ ଉଡ଼ାଇ ଦିଆଯାଇଛି ।  ପ୍ରଶାସନିକ ଲଗାମ ନଥିବାରୁ ଯିଏ ଯେଉଁଠି  ପାରିଲା ସ୍କୁଲ ଖୋଲି ବେପାର ଆରମ୍ଭ କଲେଣି ।  ସରକାରୀ ସ୍ୱୀକୃତି ଥାଉ କି ନଥାଉ, ପରବାୟ  ନାହିଁ । ଏପଟେ ସରକାରୀ ଅନୁମୋଦନ  ନଥିବାରୁ ଛାତ୍ରଛାତ୍ରୀ ସରକାରୀ ସୁବିଧା  ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ।  

ଅଭିଭାବକମାନେ ହଇରାଣ ହରକତ  ମଧ୍ୟ ହେଉଛନ୍ତି । ଆଖିରେ ଆଙ୍ଗୁଳି  ଗେଞ୍ଜି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ  ଭବିଷ୍ୟତ ସହ ଖେଳୁଥିବା ବେଳେ ଜିଲ୍ଲା  ଶିକ୍ଷା ବିଭାଗ ନିରବ ମୁଦ୍ରାରେ ରହିଛି । ଅନୁଗୁଳ ଜିଲ୍ଲାରେ ଗଳିକନ୍ଦିରେ  ଖୋଲିଛି ଘରୋଇ ସ୍କୁଲ । ଛତୁ  ଫୁଟିବା ଭଳି ନିୟମିତ ସ୍କୁଲ ଖୋଲୁଛି । ହେଲେ ଆଶ୍ଚର୍ଯ୍ୟର ବିଷୟ, ଏହି ଘରୋଇ ସ୍କୁଲମାନଙ୍କ  ମଧ୍ୟରୁ ଅନେକ ସରକାରଙ୍କଠାରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌(ଏନ୍‌ଓସି) ପାଇନାହାନ୍ତି। ସରକାରୀ  ମାନଦଣ୍ଡ ଅନୁପାଳନ କରୁନଥିବାରୁ ସେମାନଙ୍କୁ  ଏନ୍‌ଓସି ମିଳୁନାହିଁ । ଅପରପକ୍ଷରେ ଏନ୍‌ଓସି ନଥିବାରୁ  ସମ୍ପୃକ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସରକାରୀ  ସୁବିଧା ପାଉନାହାନ୍ତି । ଏନ୍‌ଓସି ନଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଆଦର୍ଶ ସ୍କୁଲ ପ୍ରବେଶିକା ହେଉକି କି  ଜବାହର ନବୋଦୟ ସ୍କୁଲ ପ୍ରବେଶିକା ପରୀକ୍ଷା ଦେବାକୁ  ଯୋଗ୍ୟ ବିବେଚିତ ହୋଇପାରୁନାହାନ୍ତି । ସେହିପରି  ବୃତ୍ତି ପରୀକ୍ଷାରେ ମଧ୍ୟ ଭାଗ ନେଇପାରୁନାହାନ୍ତି କି  ସରକାରୀ ଯୋଜନାରେ ଲାଭାର୍ଥୀ ହୋଇପାରୁନାହାନ୍ତି। 

ଜିଲ୍ଲା ଶିକ୍ଷା ବିଭାଗର ସୂଚନା ମୁତାବକ, ଜିଲ୍ଲାରେ ମୋଟ୍‌ ୨୩୨ଟି ଘରୋଇ ବିଦ୍ୟାଳୟ ରହିଛି ।  ସେମାନଙ୍କ ମଧ୍ୟରୁ ୧୬୭ଟି ବିଦ୍ୟାଳୟର ଏନ୍‌ଓସି  ରହିଛି । ଅନ୍ୟ ୬୫ଟି ବିଦ୍ୟାଳୟ ବିନା ଏନ୍‌ଓସିରେ  ଚାଲିଛି । ଟଙ୍କା ରୋଜଗାର ଲୋଭରେ ଏହି  ବିଦ୍ୟାଳୟଗୁଡିକ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ।  ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଭଲ  ପାଠ ପଢ଼ାଯାଉନଥିବା କହି ପିଲା ଭିଡୁଛନ୍ତି । ହଷ୍ଟେଲ୍‌ ନାଁ’ରେ ମାସକୁ ମାସ ଟଙ୍କା ଟାଣୁଛନ୍ତି । ନିଜର  ଏନ୍‌ଓସି ନଥିବାରୁ ପିଲାଙ୍କୁ ଅନ୍ୟ ସ୍କୁଲରେ ନାମ  ଲେଖାଇ ନିଜ ସ୍କୁଲରେ ପାଠ ପଢ଼ାଉଛନ୍ତି। ଘରୋଇ  ବିଦ୍ୟାଳୟର ଏଭଳି କାରସାଦି ଅଭିଭାବକମାନେ ବୁଝି  ପାରୁନଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ୟାର  ସମ୍ମୁଖୀନ ହେଉଛନ୍ତି । ଏହି ଘରୋଇ  ବିଦ୍ୟାଳୟଗୁଡ଼ିକର ଲାଭଖୋର ମନୋଭାବ  ଯୋଗୁଁ ସରକାରୀ ବିଦ୍ୟାଳୟଗୁଡିକରେ ପିଲା  ସଂଖ୍ୟା କମୁଥିବା ବେଳେ ଶିକ୍ଷା ବିଭାଗ  ସବୁଜାଣି ଆଖିବୁଜିଦେଇଛି । 

ଜିଲ୍ଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ  ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି,  ଜିଲ୍ଲାରେ ଅନେକ ଘରୋଇ ବିଦ୍ୟାଳୟ  ବିନା ଏନ୍‌ଓସିରେ ଚାଲିଛି । ଅଭିଭାବକ  ଓ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ମାତ୍ର  କାମ ଚାପ ଯୋଗୁଁ ବିନା ଏନ୍‌ଓସିରେ ଚାଲିଥିବା ବିଦ୍ୟାଳୟଗୁଡିକରେ ଚଢ଼ାଉ କି କାର୍ଯ୍ୟାନୁଷ୍ଠାନ  ନିଆଯାଇପାରୁନାହିଁ । ଅନେକ ଘରୋଇ ବିଦ୍ୟାଳୟ  ନିଜ ନାଁ’ରେ ପିଲାଙ୍କୁ ଆଣି ଅନ୍ୟ ସ୍କୁଲରେ ନାମ  ଲେଖାଉଥିବାର ଅଭିଯୋଗ ମଧ୍ୟ ରହିଛି । ବହୁ ବଡ଼ ବଡ଼ ସ୍କୁଲ ସରକାରୀ ନିୟମକୁ ଦଳିମକଚି ଚାଲିଥିଲେ  ହେଁ ସରକାରୀ ବ୍ୟବସ୍ଥା ମଧ୍ୟରେ ଅନେକ ସମୟରେ  ଚୁପ୍‌ ରହିବାକୁ ପଡୁଛି । ଅଭିଭାବକମାନେ ସଚେତନ  ହୋଇ ନିଜ ପିଲାଙ୍କ ନାମ ଏନ୍‌ଓସି ଥିବା ସ୍କୁଲରେ  ଲେଖାଇବା ଉଚିତ୍‌ ବୋଲି ସେ ପ୍ରକାଶ କରିଛନ୍ତି । ଏ  ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁଙ୍କ  ସହ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ସମ୍ଭବ  ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.