ମାଲକାନଗିରି, ୨୨/୧୦ (ଆପ୍ର ) : ଜିଲ୍ଲା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଏକ ଅଟୋରୁ ୫୦କେଜି ଗଞ୍ଜେଇ ଜବତ କରିଛି। ଏଥି ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଛତିଶଗଡ ରାଇପୁରର ମହମ୍ମଦ ଅନବର୍।
ଅବକାରୀ ବିଭାଗ ତରଫରୁ ମାଲକାନଗିରି ସହରରେ ପାଟ୍ରୋଲିଂ ଚାଲିଥିବା ସମୟରେ ସ୍ଥାନୀୟ ତାରିଣୀ ମନ୍ଦିର ନିକଟରେ ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ଦେଖି ଉକ୍ତ ଅଟୋକୁ ଅଟକାଇ ଥିଲେ। ଅଟୋ ଯାଂଚ କରିବାରୁ ଅଟୋରେ ଦୁଇଟି ବସ୍ତାରେ ଗଂଜେଇ ଥିବା ଜାଣିବାକୁ ପାଇଥିଲ । ଫଳରେ ଉକ୍ତ ଦୁଇବସ୍ତା ଗଂଜେଇ ସହ ଜଣଙ୍କୁ ଗିରଫ କରିଛନ୍ତିା ଗିରଫ ବ୍ୟକ୍ତି ଛତିଶଗଡ ରାଇପୁର ର ମହମ୍ମଦ ଅନବର୍ ହୋଇଥିବା ବେଳେ ଉକ୍ତ ଦୁଇଟି ବସ୍ତାରେ ମୋଟ ୫୦ କେଜି ଗଂଜେଇ ଜବତ କରିଛନ୍ତି। ଏଥିସହ ଅଟୋକୁ ମଧ୍ୟ ଜବତ କରିଛି।