ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଛତିଶଗଡ଼କୁ ଚାଲାଣ ପାଇଁ ଜଙ୍ଗଲରେ ପ୍ୟାକିଂ ହେଉଥିଲା ଗଞ୍ଜେଇ; ୭୫କେଜି ଗଞ୍ଜେଇ, ପ୍ରେସ ମେସିନ ଓ ଜ୍ୟାକ ଜବତ, ଜଣେ ଗିରଫ...

ମାଲକାନଗିରି ୨୦/୧୦ ମାଲକାନଗିରିରୁ ଛତିଶଗଡ଼କୁ ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଞ୍ଜେଇ ପ୍ୟାକିଂ ଚାଲୁଥିବା ବେଳେ ପୁଲିସ ଚଢ଼ାଉ କରି ୭୫କେଜି ଗଞ୍ଜେଇ, ପ୍ରେସ ମେସିନ ଓ ଜ୍ୟାକ ଜବତ କରିବା ସହିତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ବ୍ୟତୀତ ଏହି ଘଟଣାରେ ୭ଜଣ ଫେରାର ହୋଇଯାଇଥିବା ସୂଚନା ରହିଛି । 

ପୁଲିସ ସୂଚନା ଅନୁଯାଇ ଶନିବାର ସନ୍ଧ୍ୟାରେ ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ପାଇଥଲେ।

ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ପ୍ରଭାତ ଗୌଡ଼ଙ୍କ ନେତୃତ୍ୱରେ ହାବିଲଦାର ମିହିରି ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି, ପଦ୍ମନାୟକ ପ୍ରମୁଖ ପୁଲିସ ସଦଳବଳ ସେ ଜଙ୍ଗଲରେ ପହଁଚି ଚଢାଉ କରିଥିଲେ । ପୁଲିସକୁ ଦେଖି ଗଞ୍ଜେଇ ଛାଡ଼ି ଦେଇ ଦୌଡ଼ି ପଳାଇ ଥିବାବେଳେ ଜଣଙ୍କୁ ପୁଲିସ ମାଡି ବସିଥିଲା । ଅନ୍ୟ ୭ଜଣ ଘଞ୍ଚ ଜଙ୍ଗଲରେ ଲୁଚିପଳାଇ ଯାଇଥିଲେ । ଘଟଣା ସ୍ଥଳରୁ ୭୫ କେଜି ଗଞ୍ଜେଇ, ପ୍ରେସର ମେସିନ, ଜ୍ୟାକ ମେସିନ ଜବତ କରିଛନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଝରାପାଲୀ ପଞ୍ଚାୟତ ମୁରିଆପାଲି ଗ୍ରାମର କୃଷ୍ଣ ମାଡକାମୀଙ୍କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ ଗୁଡିକୁ ଚିତ୍ରକୋଣ୍ଡା ଅଞ୍ଚଳରୁ ଆଣି ତଣ୍ଡାପାଲି ଜଙ୍ଗଲରେ ପ୍ରେସର ମେସିନ ଜ୍ୟାକ ମେସିନ ଦ୍ୱାରା କେକ ପରି ପ୍ୟାକିଙ୍ଗ କରୁଥିଲେ । ଏହାକୁ ଛତିଶଗଡ଼ ରାଜ୍ୟକୁ ଚୋରାଚାଲାଣ କରାଯାଇଥାନ୍ତା । ଅଭିଯୁକ୍ତ କୃଷ୍ଣକୁ ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ଆର କିଣ୍ଡୋ ସୂଚନା ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.