କେନ୍ଦୁଝର ସଦର,୨୫/୧୦ କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡି ଗ୍ରାମର ଦେବାନନ୍ଦ ଦଣ୍ଡସେନା (୩୦)ଙ୍କ ଟ୍ରେନର କରେଣ୍ଟ ଦ୍ୱାରା ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଦେବାନନ୍ଦ ତାମିଲନାଡୁର ଏକ କମ୍ପାନୀକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଗତ ୨୧ ତାରିଖ ଦିନ ଘରୁ ବାହାରିଥିଲେ । ଗତ କାଲି ସନ୍ଧ୍ୟାୟରେ ତାମିଲନାଡୁ କମ୍ପାଟ ରେଳ ଷ୍ଟେସନ ନିକଟରେ ଦେବାନନ୍ଦ ଟ୍ରେନ ଉପରେ ଚଢି କରେଣ୍ଟ ତାରକୁ ଧରିବାରୁ ଦେବାନନ୍ଦଙ୍କ ମୃତ୍ୟୁ ହୋଇଛି ବୋଲି ଗତ କାଲି ସନ୍ଧ୍ୟାରେ ସ୍ଥାନୀୟ ରେଳ ପୋଲିସ ପକ୍ଷରୁ ଖବର ପାଇଥିଲେ ଦେବାନନ୍ଦର ପରିବାର ଲୋକେ । ଆଜି ସାନ ଭାଇ ଏବଂ ଭଉଣୀ ଶବ ନିକଟକୁ ଯାଇଥିବାର ସୂଚନା ମିଳିଛି । ତେବେ ଦେବାନନ୍ଦ ଆଗରୁ ଯେଉଁ ପ୍ଲାଣ୍ଟରେ କାମ କରୁଥିଲେ ଦୁର୍ଗାପୂଜା ଛୁଟିରେ ଘରକୁ ଆସିଥିଲେ । ପୁଣି କାମ କରିବାକୁ ଯାଉଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ଏ ନେଇ ସଦର ଥାନାରେ କୋଣସି ସୂଚନା ଦିଆଯାଇ ନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି।