ଭଦ୍ରକ ୨୫/୧୦: ଶନିବାର ଭଦ୍ରକ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ । ବର୍ଷା ଲାଗି ରହିଥିବା କାରଣରୁ ଏହାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ସମୟରେ ଉପସ୍ଥିତ ରହିବେ। ବାତ୍ୟା ପାଇଁ ସ୍କୁଲର କ୍ଷୟକ୍ଷତି ନେଇ ରିପୋର୍ଟ ଦେବେ । ସ୍କୁଲର କ୍ଷତି, mdm ଚାଉଳ କ୍ଷୟକ୍ଷତି ଓ ସ୍କୁଲର ଅନ୍ୟ ଉପକରଣ କ୍ଷତି ହୋଇଥିଲେ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାତ୍ୟା ଦାନା ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଗୁଡିକୁ ଛୁଟି ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ । ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୁଚନା ଦେଇଛନ୍ତି ।
.