ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨୫ଟି ଚୋରା ବାଇକ ଜବତ କଲା ଲକ୍ଷ୍ମୀପୁର ପୋଲିସ, ୫ଜଣ ଗିରଫ

ନାରାୟଣପାଟଣା,୧୫/୦୭: କୋରାପୁଟରେ ବାଇକ ଚୋରଙ୍କ ଉତ୍ପାତ । ଆକ୍ସନ ମୋଡକୁ ଆସିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ୨୫ ଟି ଚୋରା ବାଇକ ଜବତ କଲା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ତିନି ଜଣ ବାଇକ କିଣାଳୀଙ୍କ ସମେତ ଦୁଇଜଣ ଚୋରଙ୍କୁ ଗିରଫ କରିଛି ଲକ୍ଷ୍ମୀପୁର ପୋଲିସ । ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସଡିପିଓ ମନବ୍ରୋତା ଶତପଥି ।

ସୂଚନା ମୁତାବକ, କିଛିଦିନ ତଳେ ୪ଟି ବାଇକ ଲକ୍ଷ୍ମୀପୁର ଥାନା ଅଞ୍ଚଳରୁ ଚୋରି ହୋଇଥିଲା । ଏହା ଲକ୍ଷ୍ମୀପୁର ପୋଲିସଙ୍କ ପାଇଁ ଏକ ଚ୍ୟଲେଞ୍ଜରେ ପରିଣତ ହୋଇଥିଲା । ଏହାର ଛାନଭିନ ପାଇଁ କୋରାପୁଟ ଏସପି ଏକ ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍ ଲକ୍ଷ୍ମୀପୁର ଏସଡିପିଓଙ୍କ ନେତୃତ୍ବରେ ଗଠନ କରାଯାଇଥିଲା । କିଛିଦିନ ପରେ ଏ ବିଷୟରେ ଏକ ସୁରାକ ପାଇଥିଲା ପୋଲିସ । ପରେ ବିଭିନ୍ନ ଚଢାଉ କରି ଦୁଇଟି ବାଇକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଉକ୍ତ ଦୁଇ ଜଣଙ୍କୁ ପଚରା ଉଚୁରା କରିବା ପରେ ଏମାନଙ୍କ ମାଷ୍ଟର ମାଇଣ୍ଡ ରାୟଗଡା ଜିଲ୍ଲାର ବୋଲି ଜଣାପଡିଥିଲା ।ଏହା ପରେ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସର ସହଯୋଗରେ ସେହି ଅଞ୍ଚଳରେ ଚଢ଼ାଉ କରି ୨୫ ଟି ବାଇକ ଉଦ୍ଧାର କରାଯାଇଥିଲା । ୩ଜଣ ବାଇକ କିଣାଳୀଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଚୋରି ରାକେଟର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସଡିପିଓ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି। ଫେରାର ମାଷ୍ଟର ମାଇଣ୍ଡକୁ ଶୀଘ୍ର ଧରିବାକୁ ଚେଷ୍ଟା ଜାରି ରହିଥିବା ସୂଚନା ମିଳିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.